Latest Odisha News

BREAKING NEWS

ନବୀନ ନିବାସରୁ ଗଲା ଫୋନ୍, ମନ୍ତ୍ରୀ ହେବେ ଆରୁଖଙ୍କ ସହ ସୁଦାମ ଓ ସାରଦା

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ୩ ଜଣ ସାମିଲ୍ ହେବେ ? ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ନିବାସରୁ ୩ ଜଣଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ ଫୋନ୍ ଯାଇଛି ।

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ମନ୍ତ୍ରୀ ହେବେ । ସେହିଭଳି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରୁ ବିଧାୟକ ଥିବା ସୁଦାମ ମାରାଣ୍ଡି ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ।

ସୋମବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ । ସକାଳ ୯ଟା ୫୦ରେ ରାଜ୍ୟପାଳ ୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ନିକଟରେ ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ତାଙ୍କୁ ମନ୍ତ୍ରୀ ପଦ ମିଳିବା ଚର୍ଚ୍ଚା ହେଉଥିଲା ।

ଝାରସୁଗୁଡ଼ା ଉପନିର୍ବାଚନରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବଡ଼ ଭୂମିକା ତୁଲାଇଥିଲେ । ବିଜେଡିର ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ଥିଲେ ସାରଦା । ମନ୍ତ୍ରୀ ହେବା ପାଇଁ ଫୋନ୍ ପାଇବା ପରେ ସାରଦା, ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିଭଳି ସୁଦାମ ମାରାଣ୍ଡି ମଧ୍ୟ ପୂର୍ବରୁ ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.