Latest Odisha News

BREAKING NEWS

ଖତ୍‌ରୋଁ କେ ଖିଲାଡ଼ିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ଅଭିନେତ୍ରୀ ଏଶ୍ୱର୍ଯ୍ୟା

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଷ୍ଟଣ୍ଟ୍ ଶୋ ଖତ୍‌ରୋଁ କେ ଖିଲାଡି ସିଜିନ୍ ୧୩ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ଅନେକ ଲୋକପ୍ରିୟ ଟିଭି ଅଭିନେତା ଅଭିନେତ୍ରୀ ସାମିଲ ହୋଇ ଶୋ’ରେ ଷ୍ଟଣ୍ଟ ଦେଖାଇବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ଏଶ୍ୱର୍ଯ୍ୟା ଶର୍ମା ଷ୍ଟଣ୍ଟ କରୁଥିବା ବେଳେ ଆହତ ହୋଇଛନ୍ତିି । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ହାତରେ ଗଭୀର ଆଘାତ ଲାଗିଛି । ଏହାର ଫଟୋ ନିଜେ ଏଶ୍ୱର୍ଯ୍ୟା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଏଶ୍ୱର୍ଯ୍ୟା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ । ସେ ଖତ୍‌ରୋଁ କେ ଖିଲାଡ଼ି ଶୋ’ର ସେଟରେ ମଜା କରୁଥିବା ସମୟର ଅନେକ ଫଟୋ ଓ ଭିଡ଼ିଓ ସେୟାର କରିଥାନ୍ତି । ଆଜିକାଲି ଏଶ୍ୱର୍ଯ୍ୟା ଦକ୍ଷିଣ ଆଫ୍ରିକାରେ ରୋହିତ ଶେଟ୍ଟୀଙ୍କ ଶୋ ଖତ୍‌ରୋଁ କେ ଖିଲାଡ଼ି ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁଟିଂ ସେଟ୍‌ରେ ଆହତ ହେବା ଫଟୋ ଦେଖିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇ ତାଙ୍କୁ ଦୃଢ଼ ରହିବାକୁ ପରାମର୍ଶ ଦେଉଛନ୍ତି । ଶୋ’ରେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ, ଅନେକପ୍ରତିଯୋଗୀମାନେ ଷ୍ଟଣ୍ଟ ସମୟରେ ଗୁରୁତର ଭାବେ ଆହତ ହୋଇଛନ୍ତି ।

Leave A Reply

Your email address will not be published.