Latest Odisha News

BREAKING NEWS

ବିଶ୍ୱ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଲେ ଓଡିଶାର କଶିକା

ଭୁବନେଶ୍ୱର: ଗଲ୍ଫ ପ୍ରେମୀଙ୍କ ପାଇଁ ଖୁସି ଖବର । ଓଡିଶାର କଶିକା ମିଶ୍ର ୱାର୍ଲ୍ଡ ଆମେଚର ଗଲ୍ଫ ର‌୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ମେ ୧୭ରୁ ୧୯ ପର୍ଯ୍ୟନ୍ତ ଦିଲ୍ଲୀରେ ଆମେୱ ନ୍ୟୁଟ୍ରିଲାଇଟ ଗଲ୍ଫ ଟୁରରେ ସେ ପ୍ରଭାବୀ ପ୍ରଦର୍ଶନ କରିବା ଯୋଗୁ ଏହି ସଫଳତା ହାତେଇଛନ୍ତି । ୧୬ ବର୍ଷୀୟା କଶିକା ପ୍ରଥମ ଓଡିଆ ମହିଳା ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ପାମ ଡିଜାର୍ଟରେ ହେବାକୁ ଥିବା ଏଫସିଜି କାଲାୱେ ବିଶ୍ୱ ଚାମ୍ପିୟନଶିପ ଜୁନିୟର ଗଲ୍ଫ ଟୁର୍ଣ୍ଣାମେଂଟ ୨୦୨୩ ଓ ଜୁଲାଇରେ ହେବାକୁ ଥିବା କାଲିଫୋର୍ଣ୍ଣିଆର ରାଂଚୋ ମିରଜେ ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି । କଶିକା ହେଉଛନ୍ତି ବ୍ରହ୍ମପୁର ଧରାକୋଟର ବ୍ରିଗେଡିୟର ଟିକେ ମିଶ୍ର ଓ କିରନଙ୍କ ଝିଅ ।

ସେ ପିଲାବେଳୁ ନୃତ୍ୟ ଏବଂ ପଢ଼ିବା ବିଶେଷ ଆଗ୍ରହୀ ଥିଲେ । ୧୨ ବର୍ଷ ବୟସରେ ତାଙ୍କ ନିକଟରେ ଗଲ୍ଫ ଖେଳିବା ନେଇ ଆଗ୍ରହ ପ୍ରକାଶ ପାଇଥିଲା । ଟିକେ ମିଶ୍ର ସେ ସମୟରେ ଦିଲ୍ଲୀରେ ରହୁଥିଲେ ଏବଂ ବ୍ୟକ୍ତିଗତ ଭାବେ ଗଲ୍ଫ ଖେଳିବାକୁ ଭଲ ପାଇଥାନ୍ତି । କଶିକାଙ୍କ ପ୍ରଥମ କୋଚ ସାଜିଥିଲେ ତାଙ୍କ ବାପା । ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ସତ୍ୱେ ସେ ଝିଅକୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । କରୋନା ମହାମାରୀ ସମୟରେ ମଧ୍ୟ ଏହା ବଳବତର ରହିଥିଲା । ଏହା ପରେ ଗୁରଗ୍ରାମରେ ଥିବା ଡିଏଲଏଫ ଏକାଡେମୀରେ ଯୋଗ ଦେଇଥିଲେ । ସେଠାରେ ସେ ପ୍ରଫେଶନାଲ ପ୍ରଶିକ୍ଷକ ରାଜୁ ଜେମ୍ସଙ୍କ ନିକଟରୁ ପ୍ରଶିକ୍ଷଣ ନେଇଥିଲେ ।

ଏବେ ସେ ଅନୀତ୍ୟ ଚାନ୍ଦଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି । ଦିନକୁ ୭ରୁ୮ ଘଂଟା ଅଭ୍ୟାସ କରିବା ପରେ ସେ ଜଣେ ଭଲ ଗଲ୍ଫର ହୋଇପାରିଥିଲେ । ୨୦୨୨-୨୩ ମଧ୍ୟରେ କଶିକା ୯ଟ ଟୁର ଟାଇଟଲ ହାସଲ କରିଥିବା ବେଳେ ୨ ଥର ରନର୍ସଅପ ହୋଇଥିଲେ । କଶିକା ତାଙ୍କ ସଫଳତାର ସମସ୍ତ ଶ୍ରେୟ ବାପାମାଆଙ୍କୁ ଦେଇଛନ୍ତି । ୯ମ ଶ୍ରେଣୀରେ ପଢ଼ୁଥିବା କଶିକା ଜଣେ ମେଧାବୀ ଛାତ୍ରୀ । ସେ ଆଇସିଏସଇରେ ୯୦ ପ୍ରତିଶତ ମାର୍କ ରଖିଛନ୍ତି । ଗଲ୍ଫ କାର୍ଯ୍ୟସୂଚୀକୁ ଦେଖି ସ୍କୁଲ ପକ୍ଷରୁ ତାଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ କରାଯାଉଛି ।

Leave A Reply

Your email address will not be published.