Latest Odisha News

BREAKING NEWS

ବଳାତ୍କାରୀଙ୍କୁ ମୁକ୍ତ କରିବା ଘଟଣାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କଲେ ବିଲକିସ ବାନୋ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଲକିସ ବାନୋ ମାମଲା । ଗୁଜରାଟ ଦଙ୍ଗାବେଳେ ଗ୍ୟାଙ୍ଗ ରେପ ସହ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ୧୧ ଜଣ ଲୋକଙ୍କୁ କୋର୍ଟ ଖଲାସ କରିବା ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା । ଅପରାଧୀଙ୍କୁ ମୁକ୍ତ କରାଯିବା ପ୍ରତିବାଦରେ ବିଲକସ ବାନୋ ୨ଟି ଆବେଦନ ନ୍ୟାୟାଳୟରେ ଦାଏର କରିଛନ୍ତି ।

ପ୍ରଥମ ଆବେଦନରେ ଅପରାଧୀଙ୍କ ମୁକ୍ତ କରାଯିିବାକୁ ଚାଲେଞ୍ଜ କରିବା ସହ ସେମାନଙ୍କୁ ତୁରନ୍ତ ଜେଲ ପଠାଇବାକୁ ଦାବି କରିଛନ୍ତି । ଦ୍ୱିତୀୟଟିରେ  ସୁପ୍ରିମକୋର୍ଟଙ୍କ ମେ’ ଆଦେଶର ପୁନର୍ବିଚାର ପାଇଁ ଆବେଦନ କରାଯାଇଛି ।    ଏହି ମାମଲାର ବିଚାର ଗୁଜରାଟ ସରକାର କରିବା ପାଇଁ ସୁପ୍ରିମ କୋର୍ଟ ଦେଇଥିବା ଆଦେଶର ପୁନର୍ବିଚାର କରିବା ଲାଗି ୨ୟ ଆବେଦନରେ ଅନୁରୋଧ କରିଛନ୍ତି ବିଲକିସ । ବିଲକିସ କହିଛନ୍ତି, ଏହି ମାମଲାର ବିଚାର ମହାରାଷ୍ଟ୍ର ସରକାର କରିବା କଥା । କାରଣ ମାମଲାର ବିଚାର ମହାରାଷ୍ଟ୍ରରେ ଚାଲିଥିଲା ।

ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ବିଲକିସ ତାଙ୍କ ଆବେଦନରେ ଦାବି କରିଛନ୍ତି ।  ଏହି ଦୁଇ ମାମଲାର ଶୁଣାଣି ଏକ ସଙ୍ଗେ ହୋଇପାରିବ କି ନାହିଁ ଏବଂ ଗୋଟିଏ ବେଞ୍ଚରେ ହୋଇପାରିବ କି ନାହିଁ ତାହାର ଯାଞ୍ଚ କରିବେ ବୋଲି  CJI ଡି ୱାଇ ଚନ୍ଦ୍ରଚୁୂଡ  ଭରସା ଦେଇଛନ୍ତି ।

 

Leave A Reply

Your email address will not be published.