Latest Odisha News

BREAKING NEWS

ଦଲେର ମେହେନ୍ଦୀଙ୍କ ୩ଟି ଫାର୍ମହାଉସ୍ ସିଲ୍

ଗୁରୁଗାଓଁ : ସିଙ୍ଗର୍ ଦଲେର୍ ମେହେନ୍ଦୀଙ୍କ ୩ଟି ଫାର୍ମହାଉସ ସିଲ୍  । ଗୁରୁଗାଁରେ ଦମଦମା ଝରଣା ଜମିରେ ହୋଇଥିଲା ଏହି ଫାର୍ମହାଉସ । ଯାହା ୧.୫ ଏକରରେ ନିର୍ମିତ ହୋଇଥିଲା । ବେଆଇନ ଭାବେ ନିର୍ମାଣ କରିଥିବା ଏହି ଫାର୍ମହାଉସକୁ ସିଲ୍ କରିଦେଇଛି ଟାଉନ ପ୍ଲାନିଂ ବିଭାଗ । ଝରଣା ପାଣି ବୋହୁଥିବା ଅଞ୍ଚଳରେ ୩ଟି ଯାକ ଫାର୍ମହାଉସ ହୋଇଥିଲା । ଗୁରୁଗାଓଁ ଟାଉନ ପ୍ଲାନର ଅମିତ ମାଧୋଲିଆ କହିଛନ୍ତିଯେ, ଏହି ଫାର୍ମହାଉସଗୁଡିକୁ ଭଙ୍ଗାଯାଇପାରେ ନୋଚେତ୍ ଦଲେର ମେହେନ୍ଦୀଙ୍କ ଠାରୁ ଜରିମାନା ଆଦାୟ କରାଯାଇପାରେ ।

Leave A Reply

Your email address will not be published.