Latest Odisha News

BREAKING NEWS

‘କୋଭିଡ୍ ଯାଇନି, ଭିଡ଼କୁ ଗଲେ ମାସ୍କ ପିନ୍ଧ ଓ ପ୍ରିକସନ୍ ଡୋଜ୍ ନିଅ’

ନୂଆଦିଲ୍ଲୀ : କୋଭିଡ-୧୯ ଏଯାଏଁ ଯାଇନି । କେନ୍ଦ୍ର ସରକାର ଦେଲେ ଚେତାବନୀ । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ଦେଲେ ପରାମର୍ଶ । ଚୀନରେ କୋଭିଡ୍ କେସ୍ ବୃଦ୍ଧିକୁ ନେଇ ସତର୍କ ହୋଇଛନ୍ତି ଭାରତ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ହାଇଲେବଲ୍ ବୈଠକ ହୋଇଛି । ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ସ୍ୱାସ୍ଥ୍ୟ ସମ୍ୱନ୍ଧିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମାଣ୍ଡଭିୟ । ସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ଦେଇଛନ୍ତି ପରାମର୍ଶ ।

ଦେଶରେ କରୋନାର ସମ୍ଭାବ୍ୟ ଚତୁର୍ଥ ଲହର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର ।ବୈଠକ ସରିବା ମାତ୍ରେ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟରରେ ଲୋକଙ୍କୁ ଏନେଇ ଅବଗତ କରିଛନ୍ତି । ସେ କହିଛନ୍ତିଯେ ଆମେ ଯେକୌଣସି ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ।

ପ୍ରିକସନ୍ ଡୋଜ୍ ନେବାକୁ ପରାମର୍ଶ

ମିଟିଂ ପରେ ନୀତି ଆୟୋଗ ଡକ୍ଟର ଭି.କେ ପଲ୍ କହିଛନ୍ତି ଲୋକଙ୍କୁ ପ୍ରିକସନ୍ ଡୋଜ୍ ନେବାକୁ ପଡିବ  । ଖାସ କରି ବରିଷ୍ଠ ନାଗରିକ ପ୍ରିକସନ୍ ଡୋଜ୍ ନିଶ୍ଚିତ ନେବେ । କେବଳ ୨୭ରୁ ୨୮ ପ୍ରତିଶତ ଲୋକେ ପ୍ରିକସନ୍ ଡୋଜ୍ ନେଇଥିବା ସେ କହିଛନ୍ତି । ଭିଡ଼ ସ୍ଥାନରୁ ଦୂରେଇ ରହିବା ତଥା ମାସ୍କ ପିନ୍ଧିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ସ୍ୱାସ୍ଥ୍ୟ, ଆୟୁଷ, ଫାର୍ମାସ୍ୟୁଟିକାଲ୍ସ ଓ ବାୟୋଟେକ୍ନୋଲଡି ବିଭାଗର ସଚିବଙ୍କ ସହିତ ଆଇସିଏମଆର୍ ନିର୍ଦ୍ଦେଶକ ରାଜୀବ ବହଲ, ଏନଟିଏଜିଆଇ ଅଧ୍ୟକ୍ଷ ଏନ ଏଲ୍ ଆରୋରା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.