Latest Odisha News

BREAKING NEWS

ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏହି ଗଣନା ଆଜି ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ  ଚାଲିବା ନେଇ ସୂଚନା ରହିଛି  । ଏନେଇ ୧୬ ଟିମ ନିୟୋଜିତ ଅଛନ୍ତି।

ସୂଚନାନୁସାରେ, ପ୍ରତି ଟି ଟିମ୍‌ରେ ୫ ଜଣ ଲେଖାଏଁ  ସଦସ୍ୟ ରହିଛନ୍ତି।ସେହିପରି  ପ୍ରତିଟି ଟିମରେ ବନ ବିଭାଗ କର୍ମଚାରୀ , ପକ୍ଷୀ ବିଶାରଦ ଓ ଏନଜିଓ ମେମ୍ବରମାନେ ରହି ଗଣନା କରିବେ ବୋଲି ବନବିଭାଗ ସ୍ଥିର କରିଛି । ଭିତରକନିକା ର ରାଜନଗର, କନିକା , ଗହିରମଥା , କୁଜଙ୍ଗ ପ୍ରଭୃତି ରେଞରେ ଜଙ୍ଗଲ ଭିତରେ ଥତ୍ବା ଜଳାଶୟ ଓ ସମୁଦ୍ର ଭିତରେ ଥିବା ଟାପୁ ରେ ମଧ୍ୟ ଏହି ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧତ୍କାରୀ ସୂଚନା ଦେଇଛନ୍ତି।

ମୁଖ୍ୟତଃ ଏହି ସମୟରେ ଦେଶୀୟ ପକ୍ଷୀ କାପରଖାଇ, ଅଜଂନା, ରାଣୀବଗ , ପାଣିକୁଆ ,ଖଇରା ଓ ଗେଣ୍ଡାଳିଆ ଆଦି ୧୦ ପ୍ରଜାତିର ପକ୍ଷୀ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ବଂଶ ବିସ୍ତାର ପାଇଁ ଗୁଁଆ,ବନୀ ଓ କେରୁଆ ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି ।

Leave A Reply

Your email address will not be published.