Latest Odisha News

ପ୍ରଥମ ଥର ମଣିଷକୁ ସଂକ୍ରମିତ କଲା ବାର୍ଡ ଫ୍ଲୁ H5N8

ନୂଆଦିଲ୍ଲୀ: ମଣିଷ ଶରୀରରେ H5N8 ଭୂତାଣୁ ଠାବ କରିଛନ୍ତି ବୈଜ୍ଞାନିକ । ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରକୁ ପ୍ରବେଶ କରିବା ମାମଲା ଋଷରୁ ସାମ୍ନାକୁ ଆସିଛି । ଏହାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଲର୍ଟ ଜାରି କରିଛି । ସେପଟେ ଋଷ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ‘ବାର୍ଡ ଫ୍ଲୁ (H5N8) ସଂକ୍ରମଣ ମାଣିଷ ପର୍ଯ୍ୟନ୍ତ ପହଞ୍ଚିଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଜଣାଇ ଦିଆଯାଇଛି ।

BjdElectrycity

ବାର୍ଡ ଫ୍ଲୁ’ର ଏହି ଷ୍ଟ୍ରେନ୍‌ ଅଧିକ ସଂକ୍ରାମକ ଏବଂ ପକ୍ଷୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । କିନ୍ତୁ ପୂର୍ବରୁ ଏହା ମଣିଷ ଶରୀରକୁ ଯାଇନଥିଲା । ଋଷର କିଛି ଅଂଶରେ ଗତ ଡିସେମ୍ବର ମାସରେ ବାର୍ଡ ଫ୍ଲୁ ବ୍ୟାପିଥିଲା । ଏହାପରେ ଭେକ୍ଟର ଲ୍ୟାବ୍‌ରେ ଏକ ପୋଲଟ୍ରି ଫାର୍ମର ୭ ଜଣ କର୍ମଚାରୀଙ୍କ ପାଖରୁ ଷ୍ଟ୍ରେନର ଜେନେଟିକ୍‌ ମେଟେରିଆଲ୍‌ ଆଇସୋଲେଟ୍‌ କରାଯାଇଥିଲା ବୋଲି ବିଶେଷଜ୍ଞ ଆନ୍ନା ପୋପୋଓ୍ବା କହିଛନ୍ତି ।

Leave A Reply

Your email address will not be published.