Latest Odisha News

BREAKING NEWS

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିବାକୁ ନେଇ ଜାମିନ ଆବେଦନ କରିଥିଲେ ହେମନ୍ତ । ହେଲେ ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ସୋମବାର ହେବାକୁ ଥିବା ଜାମିନ ଆବେଦନ ଶୁଣାଣି ସହିତ ଏହି ମାମଲାର ପ୍ରସଙ୍ଗ ଉଠାନ୍ତୁ ।

ତେବେ ହେମନ୍ତ ସୋରେନ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବାକୁ ଦାବି କରିଥିଲେ । ଏଭଳି ପରିସ୍ଥିତିରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ହାଇକୋର୍ଟ ଏହି ଆବେଦନ ଉପରେ ନିଜର ରାୟ ଦେଇଛନ୍ତି, ତେଣୁ ଏହି ଆବେଦନ ପ୍ରଭାବହୀନ ହୋଇପଡିଛି । ହାଇକୋର୍ଟଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଜାରି ହେବା ପରେ ହେମନ୍ତ ସୋରେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

ସୋରେନ୍ କହିଛନ୍ତି ଯେ, ହାଇକୋର୍ଟ ଏହି ନିର୍ଦ୍ଦେଶକୁ ସଂରକ୍ଷିତ ରଖିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଘୋଷଣା କରିନାହାଁନ୍ତି । ତେବେ ସୋମବାର ଜାମିନ ଆବେଦନ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.