Latest Odisha News

BREAKING NEWS

ନଗେନ୍ଦ୍ରନାଥ ପ୍ରଧାନଙ୍କ ୮୮ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ବିଶିଷ୍ଟ ସାହିତ୍ୟ ସାଧକ, ଗବେଷକ, ସମାଜସେବୀ ତଥା ସଙ୍ଗଠକ ସ୍ବର୍ଗତଃ ନଗେନ୍ଦ୍ରନାଥ ପ୍ରଧାନଙ୍କ ୮୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ, ଗବେଷକ ପ୍ରଦୀପ୍ତ କୁମାର ପଣ୍ଡାଙ୍କୁ ୬ଷ୍ଠ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ-୨୦୨୩ରେ ସମ୍ମାନିତ କରିବାସହ ମାନପତ୍ର, ଉପଢୌକନ, ନାରିକେଳ, ଡକ୍ଟର ପ୍ରଧାନଙ୍କ କିଛି ଗ୍ରନ୍ଥ ସହିତ ଟ. ୧୧୧୧୧/-ଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଏହା ସହ ଏହି ଅବସରରେ ପରିଷଦର ଉପାଧ୍ୟକ୍ଷ ଅଭୟ କୁମାର ନାୟକଙ୍କ ଦ୍ଵାରା ସଙ୍କଳିତ ଡକ୍ଟର ପ୍ରଧାନଙ୍କ ପ୍ରବନ୍ଧ ସମୂହର ସଙ୍କଳନ “ବିସ୍ମୟ ବିଶେଷତ୍ଵ” ର ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ଭାରତ ସରକାରଙ୍କ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶ୍ରୀ ପଣ୍ଡାଙ୍କ କୃତି ଉପରେ ଏବଂ ଡକ୍ଟର ପ୍ରଧାନଙ୍କ ଜୀବନର ବିବିଧ ଦିଗ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହିତ ପରିଷଦର ସମ୍ପାଦକ ନାରାୟଣ ନାୟକ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ସହ ସମ୍ପାଦକ ସତ୍ୟଜିତ ନାୟକ, କୋଷାଧ୍ୟକ୍ଷ . ପ୍ରଦୀପ୍ତ କୁମାର ଦାସ, ବିରଞ୍ଚିନାରାୟଣ ପ୍ରଧାନ, ଓମପ୍ରକାଶ ବିଶ୍ଵାଳ, ଚିନ୍ମୟ କୁମାର ବୋଡ଼େ ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Leave A Reply

Your email address will not be published.