Latest Odisha News

BREAKING NEWS

ଚିକିଟିରେ ଭାଇ ଭାଇ ମୁହାଁମୁହିଁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ରହିଛି । ଚିକିଟିରୁ ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଉଷା ଦେବୀ । କେବଳ ୧୯୯୫କୁ ଛାଡିଦେଲେ ୧୯୯୦ରୁ ଏପର୍ଯ୍ୟନ୍ତ ହୋଇଥିବା ସବୁ ନିର୍ବାଚନ ଜିତିଛନ୍ତି ଉଷା ଦେବୀ । ହେଲେ ଏଥର ମଇଦାନରେ ଉଷାଙ୍କ ବଦଳରେ ଓହ୍ଲାଇଛନ୍ତି ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ । ଉଷା ଦେବୀଙ୍କ ଗଡ ତଥା ବିଜେଡିର ଅନ୍ୟତମ ସୁରକ୍ଷିତ ସିଟରେ ନିର୍ବାଚନର ଡେବ୍ୟୁ କରିବେ ଶ୍ରୀରୂପ । ମାଆଙ୍କ ସଂଗଠନ ସାଙ୍ଗକୁ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ନେଇ ସେ ମଇଦାନରେ ସକ୍ରିୟ ରହିଛନ୍ତି ।

ବିଜେପି ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ । ବିଜେପି ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ତ ଭାଇ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ମନୋରଞ୍ଜନ ପୂର୍ବରୁ ଥରେ କଂଗ୍ରେସ ଓ ଥରେ ବିଜେପିରୁ ଲଢି ହାରିଛନ୍ତି । ତେବେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରବୀନ୍ଦ୍ର ।

ଚିକିଟିରେ ସବୁବେଳେ ରାଣୀ ଓ ମଣି ପରିବାର ମଧ୍ୟରେ ରାଜନୈତିକ ଲଢେଇ ହେଉଥିଲ।। ଚିନ୍ତାମଣି ଦ୍ୟାନସାମନ୍ତରାୟ ତିନି ତିନି ଥର ଚିକିଟିରୁ ବିଜୟୀ ହୋଇଥିଲେ । ଏଥର ଚିନ୍ତାମଣିଙ୍କ ପରିବାରର ଦୁଇ ପୁଅ ପରସ୍ପର ବିରୋଧରେ ଠିଆ ହୋଇଥିବା ବେଳେ ରୋଚକ ହୋଇଛି ମୁକାବିଲା । ତେବେ ଚିନ୍ତାମଣି ଦ୍ୟାନସାମନ୍ତରାୟ କଂଗ୍ରେସକୁ ହିଁ ସମର୍ଥନ କରୁଛନ୍ତି ।

Leave A Reply

Your email address will not be published.