Latest Odisha News

BREAKING NEWS

ଆତଙ୍କୀ ଫଣ୍ଡିଂ ଉପରେ ବଡ ପ୍ରହାର: ବିଟ୍ଟାଙ୍କ ପତ୍ନୀଙ୍କ ସମେତ ୪ଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଟେରର ଫଣ୍ଡିଂ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ବିଟ୍ଟା କରାଟେଙ୍କ ପତ୍ନୀ ଅସବାହ ଉଲ ଅର୍ଜମନ୍ଦ ଖାଁଙ୍କ ସମେତ ୪ଜଣଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରାଯାଇଛି । ଅନ୍ୟ ୪ଜଣ ହେଲେ ସାଂଇଟିଷ୍ଟ ମୁହିତ ଅହମ୍ମଦ ଭଟ୍ଟ, କଶ୍ମୀର ବିଶ୍ୱବିଦ୍ୟାଳୟର ସିନିୟର ପ୍ରଫେସର ମାଜିଦ ହୁସେନ କାଦୀରୀ ଓ ହିଜବୁଲ୍ଲା ମୁଜାହିଦ୍ଦିନ ମୁଖ୍ୟ ସୟେଦ ସଲ୍ଲାଉଦ୍ଦିନଙ୍କ ପୁତ୍ର ସୟେଦ ଅବଦୁଲ୍ଲ ମୁଇଦ । ଏମାନଙ୍କୁ ୩୧୧ ଆର୍ଟିକିଲ ଲାଗୁ କରାଇ ହଟାଯାଇଛି । ବିଟ୍ଟାଙ୍କ ପତ୍ନୀ ୨୦୧୧ ବ୍ୟାଚର ଜେକେଏଏସ ଅଧିକାରୀ । ଭାରତ ପ୍ରତି ବିପଦ ସୃଷ୍ଟି କରୁଥିବା ବିଦେଶୀ ଶତ୍ରୁଙ୍କ ସହ ସେ ସମ୍ପର୍କ ରଖିବା ଅଭିଯୋଗ ଆସିଛି । ଆଜି ସୁଦ୍ଧା ଜମ୍ମୁ-କଶ୍ମୀରରେ ୪୦ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।

Leave A Reply

Your email address will not be published.