Latest Odisha News

BREAKING NEWS

ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ

ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ରୁଚିକାଙ୍କୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଅଧିକ ତଥ୍ୟ ପାଇଁ ଭିସେରା ନମୂନା ଲ୍ୟାବକୁ ଯାଇଥିବା ସୂଚନା ରହିଛି ।

ଅନ୍ୟପଟେ ନ୍ୟାୟ ଦାବିରେ ବିଜେବି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି ରୁଚିକାଙ୍କ ମା’ । ସୂଚନା ମୁତାବକ, ଶନିବାର ବିଜେବି କଲେଜ କାରୁବାକି ଛାତ୍ରୀ ନିବାସରୁ ରୁଚିକାଙ୍କୁ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । କାରୁବାକି ଛାତ୍ରୀ ହଷ୍ଟେଲର ୨୨୧ ନମ୍ବର ରୁମରେ ଖଟ ଉପରୁ ରୁଚିକାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମରେ ପଡିଥିବା ବେଳେ ରୁମ କବାଟ ଭିତରପଟୁ ବନ୍ଦ ଥିଲା । ପରେ କବାଟକୁ ଭଙ୍ଗାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.