Latest Odisha News

BREAKING NEWS

ରୁଚିକାଙ୍କ ପରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ବିଜେବି କଲେଜ ହଷ୍ଟେଲରେ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଏ ପର୍ଯ୍ୟନ୍ତ ମନରୁ ଲିଭିନି । ଆଜି ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ମିଳିଛି ଛାତ୍ରୀ ଜଣଙ୍କର ଝୁଲନ୍ତା ମୃତଦେହ । ଛାତ୍ରୀ ଜଣଙ୍କ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ MCA କରୁଥିବା ଜଣାପଡ଼ିଛି ।

ମୃତକ ଆଶ୍ରିତା ସେନାପତି ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡିରେ । ଛାତ୍ରୀ ଜଣଙ୍କ ଗତକାଲି ପରିବାର ଲୋକଙ୍କ ସହ ଶେଷ ଥର କଥା ହୋଇଥିଲେ । ଆଜି ତାଙ୍କ ମୃତଦେହ ଜବତ ହେବା ସହ ଏକ ସୁଇସାଇଡ ନୋଟ ମଧ୍ୟ  ମିଳିଛି । ପୋଲିସ, ସାଇଣ୍ଟିଫିକ ଟିମ ସହ ଯାଞ୍ଚ ଆରମ୍ଭ କରିଛି ।

ତେବେ ଛାତ୍ରୀ ଜଣଙ୍କ କିଭଳି, କେଉଁ ପରିସ୍ଥିତିର ଆତ୍ମହତ୍ୟା କଲେ ଜଣାପଡ଼ି ନାହିଁ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ମୃତଦେହ ଜବତ କରି ଛାନଭିନ୍ ଆରମ୍ଭ କରିଛି । ଛାତ୍ରୀ ଜଣଙ୍କ ବେକରେ ରଶି ଲଗାଇ ରହୁଥିବା ଭଡ଼ା ଘରେ ଝୁଲି ପଡ଼ିଥିଲେ ।

ଅନ୍ୟପଟେ ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ଏଯାବତ୍ ୩ ସିନିୟର ଛାତ୍ରୀଙ୍କ ପାଖରେ ପୋଲିସ ପହଞ୍ଚି ପାରି ନଥିବା ବେଳେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ନ୍ୟାୟ ଦାବିରେ ବର୍ଷାରେ ରୁଚିକାଙ୍କ ପରିବାର ଲୋକ ହଷ୍ଟେଲ ଆଗରେ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.