Latest Odisha News

BREAKING NEWS

ପିପିଲି ଭୋଟ୍ ଗଣତି: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ବିଜେଡି

ପୁରୀ: ପିପିଲିରେ କିଏ ମାରିବ ବାଜି । ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କାଉଣ୍ଟିଂରେ ଆଗରେ ରହିଛି ବିଜେଡି । ତିନିଟି ରାଉଣ୍ଡ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୫ହଜାର ୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ ମିଳିଛି ୧୩ହଜାର ୬୧୧, ବିଜେପିକୁ ୮ହଜାର ୫୬୭ ଓ କଂଗ୍ରେସ ଖାତାରେ ପଡ଼ିଛି ୧୧ଶହ ୮୦ ଖଣ୍ଡ ଭୋଟ୍ ।
ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଖାତାରେ ପଡ଼ିଥିଲା ୬ହଜାର ୬୦୩ ଭୋଟ୍ ପଡ଼ିଥିଲା । ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୪ହଜାର ୧୬୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୮୬୦ ଖଣ୍ଡ ଭୋଟ୍ ମିଳିଛି ।

ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟଫଳ ବାହାରିବ । ବର୍ତ୍ତମାନ ସୁଦ୍ଧା ଗଣତିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଆଗରେ ରହିଥିବା ବେଳେ ବିଜେଡିର ଭୋଟ୍ ପ୍ରତିଶତ ବି ବଢ଼ିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୫୬.୧୮ ପ୍ରତିଶତ ଭୋଟ୍ ମିଳିଛି । ବିଜେପିକୁ ୩୫.୫୪% ଓ କଂଗ୍ରେସକୁ ମିଳିଛି ୬.୧୦ ପ୍ରତିଶତ ଭୋଟ୍ ।

Leave A Reply

Your email address will not be published.