Latest Odisha News

BREAKING NEWS

ପଦ୍ମପୁର ଉପନିର୍ବାଚନ: ଆଗେଇ ଚାଲିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ବିଜେଡି ଟ୍ରେଣ୍ଡ ଜାରି ରଖିଛି । ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୪୪୫ ଭୋଟରେ ଆଗୁଆ ରହିଛି । ବିଜେପି ୩୨୧୪୩, ବିଜେଡି ୪୮୫୮୮, କଂଗ୍ରେସ ୧୭୯୬ ଖଣ୍ଡ ଭୋଟରେ ଆଗୁଆ ଆଛନ୍ତି । ୮ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧୫,୫୪୧ ଭୋଟରେ ଆଗୁଆ ରହିଥିଲେ । ବିଜେପି ୪୩,୬୯୧ ବିଜେଡି୨୮,୧୫୦ ଓ କଂଗ୍ରେସ ୧୬୩୪ଖଣ୍ଡ ଭୋଟରେ ଆଗୁଆ ଥିଲେ ।

୭ମ ରାଉଣ୍ଡ ସୁଦ୍ଧା ବିଜେଡି ୧୨୫୪୮ ଖଣ୍ଡ ଭୋଟରେ ଆଗୁଆ ଥିଲେ । ବିଜେପି ୨୫୧୦୩, ବିଜେଡି ୩୭୬୫୧ ଓ କଂଗ୍ରେସ ୧୧୩୧ ଭୋଟରେ ଆଗୁଆ ରହିଥିଲେ । ୬ଷ୍ଠ ରାଉଣ୍ଡ ସୁଦ୍ଧା ୧୦,୭୦୪ ଭୋଟରେ ଆଗୁଆ ଥିଲା ବିଜେଡି । ବିଜେପି ୨୧୧୮୨, ବିଜେପି ୩୧,୮୮୬ ଓ କଂଗ୍ରେସ ୯୭୦ ଭୋଟ୍ ରେ ଆଗୁଆ ଥିଲେ । ୫ମ ରାଉଣ୍ଡ ଫଳାଫଳ ଅନୁସାରେ ବିଜେଡି ଏଯାଏଁ ୮୩୮୨ ଖଣ୍ଡ ଭୋଟରେ ଆଗୁଆ ଥିଲା । ବିଜେପି ୧୭୮୧୬ଖଣ୍ଡ, ବିଜେଡି ୨୬୧୯୮ଖଣ୍ଡ ଓ କଂଗ୍ରେସ ୮୪୫ଖଣ୍ଡ ଭୋଟରେ ଆଗୁଆ ଥିଲେ ।

୪ର୍ଥ ରାଉଣ୍ଡ ସୁଦ୍ଧା ୮୧୭୮ ଖଣ୍ଡ ଭୋଟରେ ବିଜେଡି ଆଗୁଆ ଥିଲା । ବିଜେପି ୧୩୬୫୯, ବିଜେଡି ୨୧୮୩୭ ଓ କଂଗ୍ରେସ ୬୧୬ ଭୋଟ୍ ଆଗୁଆ ଥିଲେ । ୩ୟ ରାଉଣ୍ଡ ସୁଦ୍ଧା ଫଳାଫଳ ଅନୁସାରେ, ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ ଥିଲା ।

ପ୍ରଦୀପଙ୍କୁ ପଛରେ ପକାଇ ବର୍ଷା ସିଂ ଆଗୁଆ ରହିଥିଲେ । ବିଜେପି ୧୦୧୫୦, ବିଜେଡି ୧୫୯୧୬ ଓ କଂଗ୍ରେସ ୪୭୪ ଭୋଟରେ ଆଗୁଆ ରହିଥିଲେ ।୧ମ ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଆଗୁଆ ୧୭୧୨ ଖଣ୍ଡ ଭୋଟ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଆଗୁଆ ଥିଲେ ବର୍ଷା । ୧ମ ରାଉଣ୍ଡରେ ବିଜେପି ୫୫୦୧, ବିଜେପି ୩୭୮୯ ଓ କଂଗ୍ରେସ ୨୦୬ ଭୋଟ୍ ରେ ଆଗୁଆ ଥିଲେ । ସେହିପରି ୨ୟ ରାଉଣ୍ଡ ସୁଦ୍ଧା ବିଜେଡି ୩୦୭୦ଭୋଟରେ ଆଗୁଆ ଥିଲା । ବିଜେଡି ୬୯୭୯, ବିଜେପି ୧୦୫୯୮, କଂଗ୍ରେସ ୩୬୬ ଭୋଟରେ ଆଗୁଆ ଥିଲେ ।

https://www.youtube.com/@OdishaSambadOnline/streams

Leave A Reply

Your email address will not be published.