Latest Odisha News

BREAKING NEWS

ଆତ୍ମସଞ୍ଜମୀ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଗୀତାରେ କହିଲେ – ପୁରୁଷ ଯେତେବେଳେ ଇନ୍ଦ୍ରିୟ ମାନଙ୍କର ଭୋଗରେ ଏବଂ ଫଳାଫଳ କର୍ମରେ ଆସକ୍ତ ରଖେ ନାହିଁ, ସେତେବେଳେ ସେ ସର୍ଵ ସଂକଳ୍ପ ତ୍ୟାଗୀ ଯୋଗାରୂଢ ଆତ୍ମସଞ୍ଜମୀ ଓ ସନ୍ୟାସୀ ବୋଲାଏ । ଜଣେ ରାଜାଙ୍କ କନ୍ୟା ପାଇଁ ବିଭିନ୍ନ ସ୍ଥାନରୁ ବିବାହ ପ୍ରସ୍ତାବ ଆସିଲା । ରାଜକୁମାରୀଙ୍କ ପାଇଁ ରାଜା ଉପଯୁକ୍ତ ବର ଖୋଜି ପାଇ ପାରିଲେ ନାହିଁ । ରାଜକୁମାରୀ ଶେଷରେ ଏକ ସନ୍ୟାସୀଙ୍କୁ ବିବାହ କଲେ । ରାଜା ଭାବିଲେ ସନ୍ୟାସୀ ହିଁ ରାଜକୁମାରୀଙ୍କ ଭାବନାକୁ ସମ୍ମାନ ଦେଇ ସୁଖରେ ରଖି ପାରିବ । ବିବାହ ପରେ ରାଜକୁମାରୀ ଖୁସିରେ ଜୀବନ ବିତାଇବାକୁ ଲାଗିଲେ । ଥରେ ରାଜକୁମାରୀ କୁଟୀର ସଫା କରିବା ସମୟରେ ଏକ ପାତ୍ରରେ ଦୁଇଟି ଶୁଖିଲା ରୁଟି ଥିବାର ଦେଖିଲେ । ସେ ତାଙ୍କ ସ୍ୱାମୀଙ୍କୁ ପଚାରିଲେ ପାତ୍ରରେ ଦୁଇଖଣ୍ଡ ରୁଟି କାହିଁକି ରଖା ଯାଇଛି ? ସନ୍ୟାସୀ ଉତ୍ତର ଦେଲେ, ଏହି ଦୁଇଟି ରୁଟି ଆସନ୍ତାକାଲି ପାଇଁ ରଖାଯାଇଛି । କାରଣ ଯଦି ଆସନ୍ତାକାଲି ଯଦି ଖାଦ୍ୟ ନ ମିଳେ , ତେବେ ସେଥିରେ ଚଳିଯିବା । ସନ୍ୟାସୀଙ୍କ ଏହି ଏଭଳି ଉତ୍ତର ଶୁଣି ରାଜକୁମାରୀ ଟିକେ ହସିଲେ । କହିଲେ – ତୁମେ ଜଣେ ଭଗବତ୍ ପ୍ରେମୀ । ଭଗବାନଙ୍କୁ ଭକ୍ତି କରୁଥିବା ବ୍ଯକ୍ତି ଆସନ୍ତାକାଲି ବିଷୟରେ ଚିନ୍ତା କରେ ନାହିଁ ।ଯେ ପ୍ରକୃତ ଭକ୍ତ ସେ ଆସନ୍ତାକାଲି ବିଷୟରେ ଚିନ୍ତା କରେ ନାହିଁ, ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ସମର୍ପଣ କରିଦିଏ । ଏପରିକି ପଶୁମାନେ ମଧ୍ୟ ପରଦିନ କ’ଣ ଖାଇବେ ସେ ବିଷୟରେ ଚିନ୍ତା କରନ୍ତି ନାହିଁ। ଯଦି ଭଗବାନ ଚାହାଁନ୍ତି, ଆମେ କେଉଁଠୁ ନା କେଉଁଠୁ ଖାଦ୍ୟ ପାଇ ପାରିବା । ଅବା ଭୋଜନ ନ ପାଉ, ତେବେ ଆମେ ଆନନ୍ଦରେ ପ୍ରାର୍ଥନା କରି ସମୟ ବିତାଇ ଦେବା । ଏହି କଥା ଶୁଣି ସନ୍ୟାସୀଙ୍କ ଆଖି ଖୋଲିଗଲା । ସେ ଅନୁଭବ କଲେ ମୁଁ କି ସନ୍ୟାସୀ ? ପତ୍ନୀ ପ୍ରକୃତ ସନ୍ୟାସିନୀ । ସେ କହିଲେ – ତୁମେ ରାଜାଙ୍କ ଝିଅ। ରାଜପ୍ରାସାଦ ଛାଡି ମୋ ଛୋଟିଆ କୁଟୀରକୁ ଆସିଛ । ମୁଁ ଜଣେ ଭିକାରୀ ସନ୍ୟାସୀ । ମୁଁ ଆସନ୍ତା କାଲି ବିଷୟରେ ବେଶୀ ଚିନ୍ତିତ । ଆଜି ମୋର ଆଖି ଫିଟାଇ ଦେଲ । ଜଣେ ଗେରୁଆ ବସ୍ତ୍ର ପରିଧାନ କରିଦେଲେ ସନ୍ୟାସୀ ହୋଇଯାଏ ନାହିଁ । ଯିଏ ଜୀବନର ମହତ୍ତ୍ବ କର୍ତ୍ତବ୍ୟ ଆତ୍ମସଞ୍ଜମତାକୁ ନିଜ ଠାରେ କାର୍ଯ୍ୟକାରୀ କରେ । ଏବଂ ନିଜ ଭିତରେ ଈଶ୍ବରଙ୍କୁ ଖୋଜେ, ନିଜ ପ୍ରତି ଆତ୍ମବିଶ୍ୱାସୀ ଆତ୍ମସଞ୍ଜମୀ ହୋଇ ସତ୍ୟକୁ ଅନ୍ବେଷଣ କରେ । ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରେ, ସେ ସନ୍ୟାସୀ । ଏହା ଦ୍ବାରା ନିଜର ଯେ କୌଣସି କାର୍ଯ୍ୟର ସମସ୍ୟାର ସମାଧାନ ହୋଇ ପାରିବ…

ଲଳିତ ମୋହନ ମିଶ୍ର, ୯୬୯୨୭୪୦୩୬୬

Leave A Reply

Your email address will not be published.