Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନ: ବିଜେଡିର ପ୍ରାର୍ଥୀ ହେଲେ ଦୀପାଳି ଦାସ

ଭୁବନେଶ୍ୱର : ଝାରସୁୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଆଜି ନଵୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକ ବସିବ । ଏହା ପୂର୍ବରୁ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କଂଗ୍ରେସ ମଧ୍ୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛି। କମିଟିର ରିପୋର୍ଟ ଆଧାରରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ସେପଟେ ବିଜେପି ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ। ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛି।

ସୂଚନା ଥାଉ କି,  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ  ଝାରସୁଗୁଡା ବିଧାନସଭା ଖାଲି ପଡିଛି । ନିୟମ ଅନୁଯାୟୀ ବିଧାନସଭା ଆସନ ଖାଲି ହେବାର ଛଅ ମାସ ମଧ୍ୟରେ ନିର୍ବାଚନ ହେବ। ଉପ ନିର୍ବାଚନ ମେ’ ୧୦ ତାରିଖରେ ହେବ । ମାର୍ଚ୍ଚ ୨୯ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗ ଏହି ଘୋଷଣା କରିଥିଲେ ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସେହି ଦିନଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରାଯିବ। ୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ  ଏବଂ  ଏପ୍ରିଲ  ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି।  ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

୨୦୨୪ ହେବ ସାଧାରଣ ନିର୍ବାଚନ ।  ତା ପୂର୍ବରୁ ହେବ ଝାରସୁଗୁଡା ଉପ-ନିର୍ବାଚନ । ଏହାର ପ୍ରଭାବ ଆଗାମୀ ବିଧାନସଭା ନିର୍ବାଚନରେ ପଡିବ । ତେଣୁ ସବୁ ଦଳ ପାଇଁ ଏହି ଉପନିର୍ବାଚନ ଏକ  ଅଗ୍ନିପରୀକ୍ଷା  ।  ୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବୃହତ ବିଜୟ ହାସଲ କରିଥିଲା ବେଳେ ଉପନିର୍ବାଚନରେ ସିମ୍ପାଥି ଭୋଟ ସହଜ ବିଜୟ ଦେବ ବିଜେଡି ଆଶା ରଖିଥିବାବେଳେ  ଅନ୍ୟ ଦୁଇ ପ୍ରମୂଖ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶାସକ ଦଳକୁ ଟକ୍କର ଦେବା ପାଇଁ ଋଣନୀତି ପ୍ରସ୍ତୁତିରେ ଲାଗିଥିବା ଜଣାପଡ଼ିଛି। ତେବେ ଏହିଦୁଇ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.