Latest Odisha News

BREAKING NEWS

ମହାନଦୀ ଜଳ ବିବାଦରେ ଗୃହରେ ବିବୃତି ରଖିଲେ ଜଳ ସମ୍ପଦ ମନ୍ତ୍ରୀ, ସମାଧାନ ପାଇଁ ଲୋଡିଲେ ସମସ୍ତଙ୍କ ସହଯୋଗ

ଭୁବନେଶ୍ବର : ମହାନଦୀ ଜଳ ବିବାଦ ନେଇ ଗୃହରେ ଶୁକ୍ରବାର ବିବୃତି ରଖିଛନ୍ତି ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ମହାନଦୀ ଜଳ ବିବାଦ ପଛରେ ଛତିଶଗଡ଼ ଏକ ତରଫା ଓ ବେଆଇନ ଭାବେ ପାଣି ଅଟକାଇବା ଦାୟୀ । ୬ଟି ବିଶାଳକାୟ ଶିଳ୍ପ ଭିତ୍ତିକ ବ୍ୟାରେଜ କରି ମହାନଦୀ ପାଣିକୁ ଅବରୋଧ କରିବାକୁ ଯୋଜନା କରିଛି ପଡ଼ୋଶୀ ଛତିଶଗଡ଼। ଛତିଶଗଡ଼ ୭ ଦଶମିକ ୪୮ ନିୟୁତ ଏକର ଫୁଟ ପାଣିକୁ ବ୍ୟବହାର କରୁଛି । ଓଡ଼ିଶାକୁ ଅଣ- ମୌସୁମୀରେ ୨ ନିୟୁତ ଏକର ଫୁଟ ଜଳ ଦେବା ପାଇଁ ଛତିଶଗଡ଼ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନି ।

ଅଣ ମୌସୁମୀ ସମୟରେ ଜଳ ପ୍ରବାହ କମୁଥିବାରୁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏ ନେଇ ଓଡିଶା ପାଇଁ ୨ ନିୟୁତ ଏକର ଫୁଟ ପାଣି ଛାଡିବାକୁ କହିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିଲା ନାହିଁ। ଏବେ ଟ୍ରିବ୍ୟୁନାଲ ପାଖରେ ବହୁ ଦିନରୁ ମହାନଦୀ ଜଳ ବିବାଦ ମାମଲା ବିଚାରଧୀନ ରହିଥିବାବେଳେ ଏହାର ଅନ୍ତ ହେଉନାହିଁ । ତେଣୁ ଗୃହର ସମସ୍ତଙ୍କୁ ଏହି ବିବାଦର ସମାଧାନ ପାଇଁ ସହଯୋଗ କରିବାକୁ ମନ୍ତ୍ରୀ ଟୁକୁନି ସାହୁ  ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.