Latest Odisha News

BREAKING NEWS

ଦେବଗଡ ବିଜେପି ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ଲୋକପ୍ରିୟତାରେ ବିଜେଡି ଅସହିଷ୍ଣୁ: ଧିରେନ୍ ସେନାପତି

ଭୁବନେଶ୍ୱର: ଦେବଗଡ ବିଜେପି ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ଲୋକପ୍ରିୟତାରେ ବିଜେଡି ଅସହିଷ୍ଣୁ ହୋଇପଡିଛି। ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି। ବିଜେଡିକୁ ଟାର୍ଗେଟ କରି ଧିରେନ୍ ସେନାପତି କହିଛନ୍ତି ଯେ, ବିଧାୟକଙ୍କ ବିରୋଧରେ ମନଗଢା କାହାଣୀ ଗପୁଛି ବିଜେଡି। ଆଗରୁ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହିତ ନବ ଦାସଙ୍କ ହତ୍ୟା ପଛରେ ଜଣେ ଉପକୂଳ ଓଡିଶାର ବିଜେଡି ନେତାଙ୍କ ହାତ ଥିବା କଥା ଦେବଗଡ ବିଧାୟକ ଉଠାଇଥିଲେ। ଯେଉଁଥିରେ ବିଜୁ ଜନତା ଦଳର ଏକ ଗୋଷ୍ଠୀ ଯାହା ସବୁବେଳେ ଜଣେ ସଚିବଙ୍କର ଚାଟୁକାରି କରନ୍ତି ସେମାନେ ଡରି ଯାଇଥିଲେ। ସେବେଠାରୁ ବିଜୁ ଜନତା ଦଳର ସେହି ସଚିବଙ୍କ ଚାଟୁକାରୀ କରୁଥିବା ଗୋଷ୍ଠୀ ବିଭିନ୍ନ ସମୟରେ ଦେବଗଡର ବିଜେପି ବିଧାୟକ ସୁବାଶ ପାଣିଗ୍ରାହୀଙ୍କ ବିରୋଧରେ କୁସ୍ତ୍ରାରଟନା କରୁଛି।

ପୂର୍ବରୁ ବିଧାନସଭା ଭିତରେ ବାରମ୍ବାର ଚାଷୀଙ୍କ ସ୍ୱାର୍ଥ୍ୟ କଥା ଉଠାଇ ସରକାରଙ୍କୁ ଅଡୁଆରେ ପକାଇଛନ୍ତି ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ଆଗକୁ ଆସୁଛି ମୌସୁମୀ ଅଧିବେସନ। ସେତେବେଳେ ମଧ୍ୟ ସୁବାସଙ୍କୁ ସାମ୍ନା କରିପାରିବନି ଭାବୁଛନ୍ତି ବିଜୁ ଜନତା ଦଳରେ ସକ୍ରିୟ ଥିବା ସେହି ସଚିବଙ୍କ ଚାଟୁାକରୀ ଗୋଷ୍ଠୀ। ସେଥିପାଇଁ ଏବେ ବିଧାନସଭା ପୂର୍ବରୁ ସେମାନେ ଉଦ୍ଦେଶ୍ୟ ରଖି ସୁବାଶ ପାଣିଗ୍ରାହୀଙ୍କ ବିରୋଧରେ କୁସ୍ତ୍ରାରଟନା କରୁଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି କହିଛନ୍ତି।

ଶ୍ରୀ ସେନାପତି କହିଛନ୍ତ ଯେ, ରାଜ୍ୟରେ ବିଜୁ ଜନତା ଦଳର ନିଜର ସରକାର ଅଛି। ସେମାନେ ଚାହିଁଲେ କୌଣସି ଦୁର୍ନୀତିର ତଦନ୍ତ କରାଇପାରିବେ। ତାହା ନକରି ସେମାନେ ସାମ୍ବାଦିକ ସମ୍ମିଳନୀ କରି କହିବା କେବଳ ଡ୍ରାମା କରିବା ସହିତ ସମାନ। ଯେଉଁ ମହାବିଦ୍ୟାଳୟର ଦୁର୍ନୀତି କଥା ବିଜୁ ଜନତା ଦଳ ଉଠାଇଛି ସେହି ମହାବିଦ୍ୟାଳୟ କର୍ତ୍ତୃପକ୍ଷ କହିସାରିଲେଣି ଯେ ସେଭଳି କିଛି ଦୁର୍ନୀତି ହୋଇନାହିଁ।

Leave A Reply

Your email address will not be published.