Latest Odisha News

ବାଇ-ଲ’ ବିବାଦ, ଟ୍ୱିଟରରେ ଅନୁଭବ-ଅପରାଜିତା ମୁହାଁମୁହିଁ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ (NMA)ର ପ୍ରସ୍ତାବିତ ବାଇ-ଲ’କୁ ଭୁବନେଶ୍ୱର ବିରୋଧ । ସେବାୟତଙ୍କ ଠାରୁ ନେଇ ସାଧାରଣ ଲୋକ ଏହାକୁ ବିରୋଧ କରୁଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କେନ୍ଦ୍ର ତୁରନ୍ତ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରିନେଉ ବୋଲି ଦାବି କରିଛନ୍ତି । ନବୀନଙ୍କ ଅନୁରୋଧ କ୍ରମେ ବିଜେଡି ସାଂସଦ ଦଳ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ଦାବି କରିଛନ୍ତି ।

BJD MP Anubhav And BJP MP Aparajita Face Off On Twitter Over NMA’s ByeLaw For Ekamra

ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ନେଇ ବିଜେଡି ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟ୍ କରିଥିଲେ । ଆଉ ଯାହାର କଡ଼ା ଜବାବ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ମହାନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ୱିଟ୍ କରି ଲେଖିଛନ୍ତି- ‘ମୁଁ ବ୍ୟକ୍ତିଗତ ଭାବେ ମାଡାମ୍ ଅପରାଜିତାଙ୍କୁ ଆମ ସହ ମିଶି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଲାଗି ଦାବି କରିବାକୁ ଅନୁରୋଧ କରିଥିଲି । କିନ୍ତୁ, ସେ ମନା କରି ଦେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାଭିମାନ ଧର୍ମୀୟ ଭାବନା ଭଳି ଅଣ-ରାଜନୀତିକ ପ୍ରସଙ୍ଗରେ ସାଂସଦଙ୍କ ଏଭଳି ଆଚରଣ ଓଡ଼ିଶା ବିଜେପିର ଅସହଯୋଗ ।’

ଅନୁଭବଙ୍କ ଏହି ଟ୍ୱିଟର କଡ଼ା ଜବାବ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ମହାନ୍ତି । ଅପରାଜିତା କହିଛନ୍ତି- ‘ବିନା କାରଣରେ କିଛି ବି ହୁଏନାହିଁ । ମୁଁ ସମୟ ଆସିଲେ କହିବି । ଦୟାକରି ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ ।’ ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ବାଇ-ଲ’କୁ ନେଇ ସମସ୍ତେ ପ୍ରତିବାଦ କରୁଛନ୍ତି । ଏ ପ୍ରସଙ୍ଗରେ ଖୋଦ୍ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ନୀରବତାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି । ଏପରିକି ରାଜଧାନୀରେ କେତେକ ସ୍ଥାନରେ ଅପରାଜିତାଙ୍କ ପୋଷ୍ଟର ମରାଯାଇଛି ।

Leave A Reply

Your email address will not be published.