ଭୁବନେଶ୍ଵର: ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ପ୍ରତିକ୍ରିୟା । ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା ଲେଖି ପୋଷ୍ଟ କଲେ ଦେବାଶିଷ । ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଦେବାଶିଷ । ତେବେ ବିଜେଡିରେ ଯୋଗଦେଇ ପଦ ପାଇଥିବା କିଛି ନୂତନ ନେତାଙ୍କୁ କଟାକ୍ଷ କରିଛନ୍ତି ଦେବାଶିଷ । କହିଛନ୍ତି ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି, ନା ନବୀନ ବାବୁଙ୍କ, ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି । ସେମାନେ ଆଉ କାହାର ଇଶାରାରେ ପରିଚାଳିତ । ସ୍ବାଭିମାନ ନଥିବା ସ୍ବାର୍ଥବାଦୀଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ । ନା ସେମାନେ ଦଳର ନା ଓଡ଼ିଶାର, ନା ନବୀନ ପଟ୍ଟନାୟକଙ୍କର ବୋଲି କହିଛନ୍ତି ଦେବାଶିଷ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟ କରି ଦେବାଶିଷ ଲେଖିଛନ୍ତି ଯେ, ନିକଟରେ , ଯେଉଁମାନେ ବିଜୁ ଜନତା ଦଳରେ ଯୋଗ ଦେଇ କିଛି ପଦ ପଦବୀ ପାଇଛନ୍ତି, ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନ ବାବୁଙ୍କ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି। ଦଳ ପ୍ରତିଷ୍ଠା ହେବା ଦିନରୁ ଲକ୍ଷ ଲକ୍ଷ କର୍ମୀ ଓ ବରିଷ୍ଠ ନେତା ଅଜସ୍ର ସଂଗ୍ରାମ ଓ ସଂଘର୍ଷ କରି ଏକ ଆଞ୍ଚଳିକ ଦଳକୁ ଜାତୀୟସ୍ତରରେ ପହଞ୍ଚେଇ ପାରିଥିଲେ। ମାତ୍ର ଏବେର କିଛି ନେତା ଓ ନେତ୍ରୀମାନେ ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶାପ୍ରତି ପ୍ରତିବଦ୍ଧତା ସହ ଅପରିଚିତ। ସେମାନେ ଆଉ କାହା ଈଶାରାରେ ପରିଚାଳିତ। ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ମାତ୍ର ଏତିକି କୁହା ଯାଇପାରେ, ନା ସେମାନେ ଦଳର ନା ସେମାନେ ଓଡ଼ିଶାର ନା ସେମାନେ ନବୀନ ପଟ୍ଟନାୟକଙ୍କର। ଶେଷରେ ଏତିକି କହିବି, ଗତ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ‘ ଓଡ଼ିଆ ଅସ୍ମିତା ‘ ପାଇଁ ହେଇଥିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ। ଆମ ଅସ୍ମିତା ରକ୍ଷା କରିବା ଆମର ମୂଳଲକ୍ଷ।
Comments are closed.