Latest Odisha News

‘PMAY’ ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ବିଜେଡି ସାଂସଦ । PMAY ଯୋଜନାରେ ଓଡିଶାକୁ ଘର ଯୋଗାଇବା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀଙ୍କୁ ବିଜେଡି ସାଂସଦ ମାନେ ଭେଟିଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ଚିଠି ଲେଖିଥଲେ । ବାସହରାଙ୍କୁ ଖୁବ ଶୀଘ୍ର ଘର ଦିଆଯାଉ ବୋଲି ଦାବି କରିଛି ବିଜେଡି।

BjdElectrycity

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ଯେ ଆସନ୍ତା କିଛି ଦିନ ମଧ୍ୟରେ ତାଙ୍କର ଅଧିକାରୀଙ୍କ ସହ ବିଜେଡି ସାଂସଦ ମାନେ ପିଏମୱାଇ ଯୋଜନା ନେଇ ଗିରିରାଜଙ୍କୁୂ ଭେଟିବେ । ଏହି ବିଷୟରେ  ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଗିରିରାଜ ସିଂହ ପ୍ରତିଶ୍ରୁତି ଦେଇଛନ୍ତି । । ଆବାସ ଯୋଜନା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.