Latest Odisha News

BREAKING NEWS

ଧାନକିଣା ଓ ମଣ୍ଡି ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍

ନୂଆଦିଲ୍ଲୀ:ମଣ୍ଡି ଓ ଧାନକିଣା ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍ । ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡି ନଷ୍ଟ ହେଉଛି ।ଏନେଇ ପୀୟୁଷ ଗୋଏଲଙ୍କୁ ଜଣାଇଲା ବିଜେପି ଟିମ୍ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଥିବା ବେଳେ ୧୦୦୦ରୁ ୧୨୦୦ ଟଙ୍କାରେ ଚାଷୀ ଧାନ ବିକୁଛନ୍ତି । ମଣ୍ଡିରେ ଧାନ କିଣାବିକା ପକ୍ରିୟା ମିଲରଙ୍କ ଇଚ୍ଛା ଅନୁସାରେ ହେଉଛି । ୩୦ ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଅସାଧୁ ବ୍ୟବସାୟୀ ମାନଙ୍କ ପାଇଁ ଚାଷୀମାନେ ନିଜର ପାଉଣା ପାଉନାହାନ୍ତି । ଭାରତ ସରକାର ଓ ଏଫସିଆଇତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ ଯେଉଁଥିରେ ଧାନ କିଣିବା ସମୟରେ ରାଜ୍ୟ ସରକାର ନିର୍ଦ୍ଦାରିତ କରିବା ଫଳରେ ଚାଷୀମାନେ ମଣ୍ଡିକୁ ଧାନନେଇ ବିକି ପାରୁନାହାଁନ୍ତି ।ଏହି ସବୁ ସମସ୍ୟାକୁ ନେଇ ଆଜି ବିଜେପି ପ୍ରତିନିଧିଦଳ ପୀୟୁଷ ଗୋଏଲଙ୍କୁ ଭେଟି ରାଜ୍ୟରେ ମଣ୍ଡିଗୁଡିକରେ ଲାଗି ରହିଥିବା ସମସ୍ୟା ଉପରେ ଜଣାଇଥିଲେ ।

ମଣ୍ଡିରେ ବ୍ୟବହୃତ ହେଉଥିବା ବସ୍ତା, ଧାନର ପରିବହନ , ଲୋଡିଂ ମଣ୍ଡିର ପରିଚାଳନା ସମସ୍ତ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ମିଲରମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ପୀୟୁଷ ଗୋଏଲଙ୍କୁ ଭେଟିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ,ପ୍ରତାପ ଷଡଙ୍ଗୀ , ଅପରାଜିତା ଷଡଙ୍ଗୀ ଓ ଅନ୍ୟ ବିଜେପି ସାଂସଦ ମାନେ ଯାଇଥିଲେ ।

Leave A Reply

Your email address will not be published.