Latest Odisha News

ଆଇପିଏଲ ୨୦୨୨ ମେଗା ନିଲାମ ଫେବୃୟାରୀ ୭ରୁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର ମେଗା ନିଲାମ ଫେବୃୟାରୀ ୭ ଏବଂ ୮ରେ ହେବ ବୋଲି ବିସିସିଆଇର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି । ଏହି ୨ ଦିନିକିଆ ନିଲାମ ପ୍ରକ୍ରିୟା ବାଙ୍ଗାଲୋରରେ ଆୟୋଜିତ ହେବ । ପୂର୍ବରୁ ଏହି ନିଲାମ ଦୁବାଇରେ କରାଯିବ ବୋଲି କୁହା ଯାଉଥିଲା । ଭାରତରେ ଯଦି କରୋନା ସ୍ଥିତି ଠିକ ରୁହେ ତାହେଲେ ଅନ୍ୟ କୌଣସିଠାରେ ଏହା ଆୟୋଜିତ ହେବା ପ୍ରଶ୍ନ ଉଠୁ ନାହିଁ ବୋଲି ଅଧିକାରୀଜଣକ କହିଛନ୍ତି । ଏଥର ୧୦ଟି ଏହି ପ୍ରକ୍ରିୟାରେ ସାମିଲ ହେବେ ।

ଏଥିପାଇଁ ପଞ୍ଜାବ କିଙ୍ଗ୍‌ସ ପାଖରେ ସର୍ବାଧିକ ୭୨ କୋଟି ଟଙ୍କା ଥିବା ବେଳେ ଦିଲ୍ଲୀ ପାଖରେ ସବୁଠାରୁ କମ ୪୭.୫୦ କୋଟି ଟଙ୍କା ରହିଛି । ଆରପି ସଞ୍ଜୀବ ଗୋୟନିକା ଗ୍ରୁପ ଲକ୍ଷ୍ନୌ ଟିମକୁ ୭୦୯୦ ଏବଂ ସିଭିସି କ୍ୟାପିଟାଲ୍ସ ୫୧୬୬ କୋଟି ଟଙ୍କାରେ ନୂତନ ୨ଟି ଟିମ କ୍ରୟ କରିଛନ୍ତି ।

Leave A Reply

Your email address will not be published.