Latest Odisha News

BREAKING NEWS

ବାରିପଦା ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢିବେ ସରୋଜିନୀ ହେମ୍ବ୍ରମ୍

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ବିଧାନସଭା ଆସନ ଲାଗି ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାମ ରବିବାର ଦିନ ଘୋଷଣା କରିଛନ୍ତି ।

ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝିଙ୍କ ଝିଅ ହେଉଛନ୍ତି ସରୋଜିନୀ । ଏହି ଆସନରୁ ପୂର୍ବରୁ ଉପ-ବାଚସ୍ପତି ତଥା ବିଧାୟକ ଭାବେ ସାନନ୍ଦ ମାରାଣ୍ଡି ରହିଥିବାବେଳେ ଏବେ ତାଙ୍କ ବଦଳରେ ସରୋଜିନୀଙ୍କୁ ପ୍ରାର୍ଥ କରିଛି ଦଳ ।

 

ସରୋଜିନୀ ରାଜ୍ୟସଭା ସାଂସଦ ଥିବାବେଳେ ତାଙ୍କ କାର୍ଯ୍ୟକଳ ୨୦୨୦ ମସିହାରେ ସମାପ୍ତ ହେବାକୁ ଯାଉଛି । ସେ ୨୦୦୯ ମସିହାରେ ବାଙ୍ଗିରିପୋଷୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ନିର୍ବାଚନ ଲଢିଥିଲେ ଏବଂ ୨୦୧୪ ମସିହାରେ ଦଳ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା ।

ସେହିପରି ବିଜେଡି ପକ୍ଷରୁ ଚଳିତ ନିର୍ବାଚନରେ ୬ ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଦଳ ମଇଦାନକୁ ଓହ୍ଲାଇଛି । ସେମାନଙ୍କ ମଧ୍ୟରେ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି ବରଗଡ, କନ୍ଧମାଳ ଓ କେନ୍ଦ୍ରାପଡା ଲୋକସଭା ଆସନରୁ ନିର୍ବାଚନ ଲଢିବେ । ଅନ୍ୟପକ୍ଷରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କୁ ଯଥାକ୍ରମେ ଖଣ୍ଡପଡା ଓ ଆଳି ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି ।

Leave A Reply

Your email address will not be published.