Latest Odisha News

BREAKING NEWS

ବିଜେପିରେ ମିଶିଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ

ଭୁବନେଶ୍ୱର : ଦଳ ଅଦଳବଦଳ ରାଜନୀତି ଜୋର ଧରିଥିବାବେଳେ ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ।

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଋଷଭ ।

ବାପା ପ୍ରଶାନ୍ତ ନନ୍ଦ ବିଜେଡିର ସାଂସଦ ରହିଥିଲାବେଳେ ବେଗୁନିଆ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ଋଷଭ । ଏଥିସହିତ ଢେରଦିନ ହେବ ବେଗୁନିଆରେ ନିଜ କାର୍ଯ୍ୟକ୍ରମ ମଧ୍ୟ ଚଳାଇଥିଲେ ସେ । ତେବେ ବେଗୁନିଆ ବିଜେଡି ଟିକେଟ ଘୋଷଣା ହେବା ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ଋଷଭ ।

Leave A Reply

Your email address will not be published.