Latest Odisha News

‘ୱାକଫ ବିଲ କୁ ବିଜେଡି ବିରୋଧ କରିବ’

ଭୁବନେଶ୍ୱର: ଏ ଦେଶ ଆମର ଏ ମାଟି ଆମର ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶାର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଶାନ୍ତି ଓ ସଦଭାବନା ହିଁ ପ୍ରଗତିର ଭିତ୍ତି । ଏଥିଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ର ର ପ୍ରଗତି ହାସଲ କରିପାରିଛି । ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ରାଜ୍ୟର ବିଭିନ୍ନ ଅଞ୍ଚଳ ର ସଂଖ୍ୟାଲଘୁ ଭାଇ ଭଉଣୀ ମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି । ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି । ବିଜେଡି ୱାକଫ ବିଲ୍ କୁ ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ।

ଓଡିଶା ସଦଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ । ଓଡିଶାର ସାଂସ୍କୃତିକ ବିବିଧତା ଆମର ଗୌରବ । ଦେଶର ପ୍ରଗତିରେ ସଂଖ୍ୟାଲଘୁମାନଙ୍କ ଅବଦାନକୁ ସ୍ମରଣ କରି ବିରୋଧୀ ଦଳ ନେତା କହିଥିଲେ ଯେ ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ ।ସାମ୍ପ୍ରଦାୟିକ ସଦଭାବନାକୁ ଭାରତୀୟ ସଂସ୍କୃତିର ମୂଳଧାର ବୋଲି ବର୍ଣ୍ଣନା କରି ସମାଜର ଦୁର୍ବଳ ବର୍ଗର କଲ୍ୟାଣ ପାଇଁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।

Comments are closed.