Latest Odisha News

BREAKING NEWS

କଣ୍ଟାବାଞ୍ଜିରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ବିତୀୟ ନିର୍ବାଚନ କ୍ଷେତ୍ର ଭାବେ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ କଣ୍ଟାବାଞ୍ଜି ବିଧାନସଭା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ମୁଖ୍ୟମନ୍ତ୍ରୀ ।

ନାମାଙ୍କନପତ୍ର ଦାଖଲ ପୂର୍ବରୁ ଟିଟିଲାଗଡ ସିଟି ହାଇସ୍କୁଲରୁ ଏକ ରୋଡ ସୋ’ରେ କରିଥିଲେ ମୁଖ୍ୟମନ୍ତ୍ରୀ । ଟିଟିଲାଗଡ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନପତ୍ର ଦାଖଲ ସମୟରେ ତାଙ୍କ ସହ ବଲାଙ୍ଗୀର ବିଜେଡିର ନେତା ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.