Latest Odisha News

BREAKING NEWS

କୋଭିଡ୍ ଭ୍ୟାକ୍ସିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନ ପାଇଁ ଜାରି କରାଯାଇଥିବା କୋୱିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । କୋଭିଡ-୧୯ ଟିକାକରଣ ପାଇଁ କୋୱିନ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କରୋନା ମହାମାରୀ ସମୟରେ ଟୀକାକରଣ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଯେଉଁଥିରେ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହିଥିଲା । ଫଟୋରେ ‘ଏକାଠି ହୋଇ ଭାରତ କୋଭିଡ-୧୯କୁ ପରାସ୍ତ କରିବା’ କ୍ୟାପସନ୍ ମଧ୍ୟ ଥିଲା । ବର୍ତ୍ତମାନ ସାର୍ଟିଫିକେଟରେ କ୍ୟାପସନ୍ ତ ରହିଛି କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି ।

ସୂଚନା ଅନୁସାରେ, ସନ୍ଦୀପ ମନୁଧାନେ ନାମକ ଜଣେ ଏକ୍ସ ଉପଭୋକ୍ତା ତାଙ୍କ କୋଭିଡ ଟିକା ପ୍ରମାଣପତ୍ରର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଯାଇଥିବା ସୂଚନା ଦେଇଛନ୍ତି । ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, “କରୋନା ଟିକା ପ୍ରମାଣପତ୍ରରେ ଏବେ ଆଉ ମୋଦୀଙ୍କ ଫଟୋ ଦେଖାଯାଉନାହିଁ । ଏହାକୁ ଯାଞ୍ଚ କରିବା ପାଇଁ ବର୍ତ୍ତମାନ ମୁଁ କୋଭିଡ୍ ଟିକା ପ୍ରମାଣପତ୍ର ଡାଉନଲୋଡ୍ କରିଛନ୍ତି କିନ୍ତୁ ସେଥିରେ ତାଙ୍କର ଫଟୋ ନାହିଁ ।

ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ସବୁ ସରକାରୀ ୱେବସାଇଟରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଯାଇଛି । ଏହି କ୍ରମରେ କୋୱିନ ସାର୍ଟିଫିକେଟରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଜାରି ହେଉଥିବା କୋୱିନ ସାର୍ଟିଫିକେଟରେ ମୋଦିଙ୍କ ଫଟୋ ରହିନଥିଲା ।

Leave A Reply

Your email address will not be published.