Latest Odisha News

BREAKING NEWS

ପୁରୀରେ ବିଜେଡିର ବଡ଼ ଆୟୋଜନ, ୨୦୨୪ ପାଇଁ କି ମନ୍ତ୍ର ଦେବେ ନବୀନ ?

ପୁରୀ: ବିଜେଡି ପାଳିବ ୨୬ ତମ ପ୍ରତିଷ୍ଠା ଦିବସ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳକୁ ଆସନ୍ତାକାଲି ୨୫ ପୂରି ୨୬ ଚାଲିବ । ଏହି ଅବସରରେ ଦଳ ପୁରୀରେ କରିବ ଶକ୍ତି ପ୍ରଦର୍ଶନ । ପ୍ରତିଷ୍ଠା ଦିବସରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରୁଥିବା ବେଳେ ୨୦୨୪ ନିର୍ବାଚନକୁ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେତା ଓ କର୍ମୀଙ୍କୁ ମନ୍ତ୍ର ଦେବେ ।

ପୁରୀ ତାଳବଣିଆ ଠାରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡରେ ଦିନ ୧୨ଟାରେ ପହଞ୍ଚି ସେଠାରୁ ସଭାସ୍ଥଳକୁ ଯିବେ । ବଡ଼ ଧରଣର ସଭା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁରୀରେ ବିଜେଡିର ଡଜନେରୁ ଅଧିକ ବରିଷ୍ଠ ନେତା ଡେରା ପକାଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେଡି ପ୍ରତିଷ୍ଠା ଦିବସରେ ପ୍ରାୟ ୫୦ ହଜାର କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।

ପୁରୀରୁ ବିଜେଡି ୨୦୨୪ ପାଇଁ ଯୁଦ୍ଧ ଦେହିଂ ଡାକରା ଦେଇଥିବା ବେଳେ କାଉଣ୍ଟରରେ ବିରୋଧୀ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ ଆରମ୍ଭ କରିବ । ଆଉ ୨୮ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀ ସହ କନ୍ଧମାଳ ଆସିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.