Latest Odisha News

BREAKING NEWS

ସେପ୍ଟେମ୍ବର ୨ରୁ ବିଜେଡ଼ିର ସଦସ୍ୟ ଗ୍ରହଣ ଅଭିଯାନ

ଭୁବନେଶ୍ୱର: ପୌରାଞ୍ଚଳ ଓ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜୁ ଜନତା ଦଳକୁ ତୃଣମୂଳସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ଦୃଷ୍ଟିରେ ରଖି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଏନେଇ ଏକ ରାଜ୍ୟ କମିଟି ଗଠନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଦଳର ସଭ୍ୟ ସଂଗ୍ରହ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଏହି ଗଠିତ କମିଟିରେ ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ମିଶ୍ର ସଦସ୍ୟ ରହିଥିବା ବେଳେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସ ବର୍ମା, ପ୍ରତାପ କେଶରୀ ଦେବ, ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଣବ କିଶୋର ଦାସ ଏହି କମିଟିର ଆବାହକ ରହିଛନ୍ତି ।

Leave A Reply

Your email address will not be published.