ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮ ମାସର ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସେନ୍ସେକ୍ସ ୫୮୭ ପଏଣ୍ଟ ହ୍ରାସ ପାଇଥିଲା।
ମିଳିଥିବା ସୂଚନା ଅନୁସାରେ, ଚାଇନା ମୁଦ୍ରା ୟୁଆନ ମୂଲ୍ୟ ହ୍ରାସ ପାଇବା ସହ ବିଶ୍ୱ ବଜାରରେ ମାନ୍ଦାବସ୍ଥାର ସଙ୍କେତ କାରଣରୁ ଦେଶର ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇଥିଲା।
ଗୁରୁବାର ଟଙ୍କାର ମୂଲ୍ୟ ୨୬ ପଇସା ହ୍ରାସ ପାଇ ୮ ମାସର ସର୍ବନିମ୍ନ ସ୍ତର ୭୧.୮୧ରେ ପହଞ୍ଚିଛି । ଡିସେମ୍ବର ୧୪ ୨୦୧୮ ପରେ ଏହା ସର୍ବନିମ୍ନ ସ୍ତର ରହିଛି।
ଅନ୍ୟପକ୍ଷରେ ସୁନା ଦର ଆକାଶ ଛୁଇଁଲାଣି । ଗୁରୁବାର ଏହି ଦର ବୃଦ୍ଧି ପାଇ ୩୯ ହଜାର ଟଙ୍କାର ନିକଟତର ହୋଇଛି। ଗୁରୁବାର ଦିଲ୍ଲୀ ବଜାରରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ୍ ୧୫୦ ଟଙ୍କା ବଢ଼ି ୩୮,୯୭୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା କେଜି ୬୦ ଟଙ୍କା ବଢ଼ି ୪୫,୧୦୦ ଟଙ୍କାରେ ପହଞ୍ଚିଛି ।