Latest Odisha News

BREAKING NEWS

ବିଜେପିରେ ଯୋଗଦେଲେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ବିଜେଡ଼ିରୁ ଇସ୍ତଫା ପ୍ରଦାନ କଲା ପରେ ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତି ବିଜୁ ମଙ୍ଗଳବାର ସନ୍ଧ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତଥା ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ରଘୁନାଥ ଭାଜପାରେ ଯୋଗଦାନ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ରଘୁନାଥ ୫ଥର ଲାଗି ବିଧାୟକ ରହିଛନ୍ତି । ରଘୁନାଥ ଦଳର ନେତୃତ୍ୱ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଗଠିତ ହୋଇଥିବା ବେଳେ ଏବେ ଦଳ ମୌଳିକ ଆଦର୍ଶରୁ ବିଚ୍ୟୁତ ହୋଇଛି ବୋଲି ଅଭିଯୋଗ କରି କହିଛନ୍ତି ରଘୁନାଥ । “ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ହାତରେ ଏବେ ଦଳ ନିର୍ଭର କରିଛି । ଦଳ ଲାଗି ତ୍ୟାଗ ମନୋଭାବ ନେଇ କାର୍ଯ୍ୟ କରିବା ସହିତ ମୁଁ ଦଳର ଜଣେ ସକ୍ରିୟ କର୍ମୀ ତଥା ପ୍ରତିଷ୍ଠାତା ସଦସ୍ୟ । ମାତ୍ର ଦଳର ନେତୃତ୍ୱ ମୋ ସହିତ ଅନ୍ୟ କିଛି ବରିଷ୍ଠ ନେତାଙ୍କ ସହିତ ଅନୀତି କରିଛି । ଦଳ ମୋଠାରୁ ଆଉ କୌଣସି ସେବା ଆବଶ୍ୟକ କରୁନାହିଁ, ତେଣୁ ମୁଁ ଦଳରୁ ଇସ୍ତଫା ପ୍ରଦାନ କରିଛି ।” ବୋଲି କହିଛନ୍ତି ବରିଷ୍ଠ ନେତା ରଘୁନାଥ ମହାନ୍ତି ।

ସେ ମାର୍ଚ୍ଚ ୩୦ ତାରିଖରେ ଦଳରୁ ଇସ୍ତଫା ପ୍ରଦାନ କରିବା ପୂର୍ବରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ସେ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।

ବସ୍ତାର ବରିଷ୍ଠ ନେତା ରଘୁନାଥଙ୍କ ବୋହୂ ବର୍ଷା ସୋନୀଙ୍କ ଯୌତୁକ ଅଭିଯୋଗରେ ସେ ୨୦୧୩ ମସିହାରେ ଗିରଫ ହୋଇଥିଲେ । ସେ ବସ୍ତା ଆସନରୁ ୧୯୯୦ ମସିହାରୁ ଲଗାତର ଜିତି ଆସୁଥିଲେ ମଧ୍ୟ ବିଜେଡ଼ି ସଭାପତି ୨୦୧୪ ନିର୍ବାଚନରେ ତାଙ୍କୁ ଟିକଟ ଦେଇନଥିଲେ ।

Leave A Reply

Your email address will not be published.