Latest Odisha News

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ଦିନ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି । ଏହି ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ରହିଛି ଯେ, ଦେଶଦ୍ରୋହ ଅପରାଧକୁ ପରିଭାଷିତ କରୁଥିବା ଦଣ୍ଡ ଓ ସଂହିତା ଧାରା ୧୨୪ର ଅନେକ ଦୁରୁପଯୋଗ କରାଯାଇଛି । କଂଗ୍ରେସ ଏହି ନିର୍ବାଚନ ଜିତି କ୍ଷମତାକୁ ଆସିଲେ ଏହାକୁ ଉଚ୍ଛେଦ କରାଯିବ ବୋଲି ଏହି ଦଳର ସଦ୍ୟ ପ୍ରକାଶିତ ଇସ୍ତାହାରରେ ଉଲ୍ଲେଖ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ଇସ୍ତହାର ଘୋଷଣା କରିଛନ୍ତି । ଏହାର ନାମ ରଖାଯାଇଛି ’ଜନ ଆ​ୱାଜ’।

କଂଗ୍ରେସ ପକ୍ଷରୁ ପ୍ରକାଶିତ ଏହି ଇସ୍ତାହାରରେ ଯେଉଁସବୁ ପ୍ରସଙ୍ଗ ଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି ସେଗୁଡ଼ିକ ହେଲା – କ୍ଷମତାକୁ ଆସିଲେ କଂଗ୍ରେସ ୨୦ ପ୍ରତିଶତ ଗରିବଙ୍କ ପାଇଁ ’ସର୍ବନିମ୍ନ ଆୟ ଯୋଜନା’ର ପ୍ରତିଶୃତି ଦେଇଛି। ଗରିବଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କାର ଟଙ୍କାର ସହାୟତା ପ୍ରଦାନ କରାଯିବ। ୨୨ ଲକ୍ଷ ସରକାରୀ ନିଯୁକ୍ତି, ଗ୍ରାମପଞ୍ଚାୟତ ସ୍ତରରରେ ୧୦ ଲକ୍ଷ ନିଯୁକ୍ତି, ବ୍ୟବସାୟ ଆରମ୍ଭ କରିବା ପାଇଁ ୩ ବର୍ଷ ପର‌୍ୟ୍ୟନ୍ତ ଯୁବକମାନଙ୍କୁ କୌଣସି ଅନୁମତି ନେବାକୁ ପଡିବ ନାହିଁ । ମନରେଗା ଅଧୀନରେ ଶ୍ରମ ଦିବସ ସଂଖ୍ୟା ୧୦୦ରୁ ୧୫୦ ଦିନକୁ ବୃଦ୍ଧି । କୃଷି ପାଇଁ ସ୍ବତନ୍ତ୍ର ବଜେଟ, କୃଷି ଋଣ ସୁଝି ନ ପାରିଲେ କୃଷକଙ୍କ ବିରୁଦ୍ଧରେ ଅପରାଧିକ ମାମାଲା ଲାଗୁ ହେବ ନାହିଁ ।

ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ବ୍ୟୟ କରାଯିବ। ବିଶ୍ବବିଦ୍ୟାଳୟ, ଆଇଆଇଟି, ଆଇଆଇଏମ ସମେତ ଶ୍ରେଷ୍ଠ ଶିକ୍ଷା ସଂସ୍ଥାନରେ ଗରିବ ଯେପରି ପାହଞ୍ଚି ପାରିବେ ତାହାକୁ ସରଳ କରାଯିବ ।

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଉନ୍ମୋଚିତ ହୋଇଥିବା ଏହି ଇସ୍ତାହାର ପ୍ରକାଶନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଉପସ୍ଥିତ ରହିଥିଲେ ।

 

 

 

Leave A Reply

Your email address will not be published.