Latest Odisha News

BREAKING NEWS

ଜନ୍ମଦିନରେ ରିଲିଜ ହେଲା ଅଜୟଙ୍କ ‘ଦେ ଦେ ପ୍ୟାର ଦେ’ ଟ୍ରେଲର

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ଜନ୍ମ ଦିନ ଅବସରରେ ରିଲିଜ୍ ହୋଇଛି ତାଙ୍କ ଅଭିନୀତ ଅପକମିଂ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଟ୍ରେଲର।

ଏହି ଫିଲ୍ମରେ ଅନେକ ଦିନ ପରେ ଅଜୟଙ୍କ ସହ ଅଭିନେତ୍ରୀ ତବୁ ସ୍କ୍ରିନ ଶେୟାର କରିଛନ୍ତି । ତବୁଙ୍କ ବ୍ୟତିତ ଏଥିରେ ରକୁଲ ପ୍ରିତଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ମିଳିବ।

‘ଦେ ଦେ ପ୍ୟାର ଦେ’ ଫିଲ୍ମର ଟ୍ରେଲରରେ ଅଭିନେତ୍ରୀ ରକୁଲ ପ୍ରିତଙ୍କୁ ଅଜୟ ଦେବଗନଙ୍କ ପ୍ରେମିକା ଚରିତ୍ରରେ ନଜର ଆସିଛନ୍ତି। ଯିଏକି ଅଜୟଙ୍କଠାରୁ ବୟସରେ ୨୬ ବର୍ଷ ସାନ ହୋଇଥିବା ବେଳେ ତବୁ ଅଜୟଙ୍କର ଏକ୍ସ ସ୍ତ୍ରୀ ଭାବେ ନଜର ଆସିଛନ୍ତି।

ଫିଲ୍ମର ପ୍ରଯୋଜନା ଭାର ଭୁଷଣ କୁମାର ଏବଂ ଲବ ରଞ୍ଜନ ସମ୍ଭାଳିଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଅକିବ ଅଲ୍ଲୀ।

ଏହି ଫିଲ୍ମଟି ମେ ୧୭ ତାରିଖରେ ପରଦାରେ ରିଲିଜ୍ ହେବାକୁ ଯାଉଛି।

Leave A Reply

Your email address will not be published.