Latest Odisha News

BREAKING NEWS

ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଜନଅସନ୍ତୋଷ

ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ: ବରଗଡ ଏସପି

ପଦ୍ମପୁର: ଭୋଟ୍ ପୂର୍ବରୁ ପଦ୍ମପୁରରେ ଟଙ୍କା ବଣ୍ଟା ଅଭିଯୋଗ । ପାଇକମାଳ ବ୍ଲକ ସରେଇକଲା ଗାଁରେ ଟଙ୍କା ବଣ୍ଟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ୨ ବିଜେଡିକର୍ମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲା । ଏକ ଧଳା ରଙ୍ଗର ଇନୋଭାରେ ଦୁହେଁ ଆସିଥିଲେ । ଦ୍ରୁତ ଗତିରେ ସେମାନେ ପଳାଇବାକୁ ଉଦ୍ୟମ କରିଥିଲେ । ଗାଡି ଆଗରେ ଗାଁଲୋକେ ସାଇକେଲଟିଏ ପକାଇ ସେମାନଙ୍କୁ ପଚରାଉଚୁରା କରିଥିଲେ । ହେଲେ ସେମାନେ ନିଜର ପରିଚୟ ଦେଇନଥିଲେ ।

ଯାହାକୁ ନେଇ ଗାଁଲୋକେ ଟଙ୍କା ବାଣ୍ଟିବାକୁ ଆସିଥିବା ସନ୍ଦେହ କରିଥିଲେ । ଗ୍ରାମବାସୀ ଟଙ୍କା ବଣ୍ଟା ସନ୍ଦେହରେ ସେମାନଙ୍କୁ ଅଟକାଇଥିଲେ । ଅନେକ ସଂଖ୍ୟାରେ ଗାଁ ଲୋକେ ଏକାଠି ହୋଇ ସେମାନଙ୍କୁ ଅଟକ ରଖିଥିଲେ । ପୋଲିସ ସେମାନଙ୍କୁ ଉଦ୍ଧାର କରିବାକୁ ନାକେଦମ ହୋଇଥିଲା । ତେବେ ବରଗଡ ଏସପି ସ୍ମିତ ପାରମାର କହିଛନ୍ତିଯେ ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.