Latest Odisha News

BREAKING NEWS

ବ୍ରଜରାଜନଗରରେ ଜିତିଲା ବିଜେଡି, ଦ୍ୱିତୀୟ ସର୍ବାଧିକ ବ୍ୟବଧାନରେ ଜିତିଲେ ଅଳକା

ଭୁବନେଶ୍ୱର : ବ୍ରଜରାଜନଗରରେ ବିଜେଡିର ବାଜିମାତ । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଖରୁ ଅଳକା ୬୫ ହଜାରରୁ ଅଧିକ ଭୋଟରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି।କଂଗ୍ରେସର ବିଧାୟକ ପ୍ରାର୍ଥୀ କିଶୋର ପଟେଲ ୨୫, ୮୨୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ୨୧,୪୬୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ।

ଏହି ଉପନିର୍ବାଟନରେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ବିଜେଡି ଏଠାରେ ଏକପାଖିଆ ଭାବେ ବିଜୟୀ ଲାଭ କରିଥିବା ବେଳେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଟକ୍କର ହୋଇଥିଲା। ହେଲେ କଂଗ୍ରେସ ଏଠାରେ ସକ୍ରିୟ ହେବା ପରେ ନିଜର ଭୋଟ୍ ସଂଖ୍ୟା ବଢାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ତୃତୀୟ ସ୍ଥାନକୁ ଖସିଛି ବିଜେପି । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିଥିଲା ଭୋଟ୍ । ମୋଟ୍ ଭୋଟରରୁ ୭୧ ପ୍ରତିଶତ ମତଦାନରେ ଅଂଶଗ୍ରହଣ କରିଥିଲେ।

ତେବେ ପୂର୍ବରୁ ଅନେକ ଥର ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ହେଲେ ଏହି ନିର୍ବାଚନରେ ୬୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇ ଦଳ ଦ୍ୱିତୀୟ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଛି। ଏହାପୂର୍ବରୁ ବିଜେପୁରରେ ରୀତା ସାହୁ ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ୯୭,୯୯୦ ଭୋଟରେ ବିଜୟୀ ହୋଇଥିଲେ। ଯାହାକି ଉପନିର୍ବାଚନରେ ବିଜେଡିର ଏଯାବତ ସର୍ବକାଳୀନ ରେକର୍ଡ। ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ବିଜୟୀ ହୋଇ ଇସ୍ତଫା ଦେବା ପରେ ରୀତା ସାହୁ ଉପନିର୍ବାଚନ ଲଢିଥିଲେ।

Leave A Reply

Your email address will not be published.