Latest Odisha News

BREAKING NEWS

‘ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ; ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କଲେ ପିଟିସନର’

ଭୁବନେଶ୍ୱର: ବନ୍ଦ ହେବନି ପୁରୀ ପରିକ୍ରମା ପ୍ରକଳ୍ପ । ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଶୌଚାଳୟ, କ୍ଲକ୍ ରୁମ ଓ ଇଲେକ୍ଟ୍ରିକାଲ ରୁମ୍ ତିଆରି ହେବ । ଶୁକ୍ରବାର ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ପିଟିସନର ବିଚାର କରି ପରିକ୍ରମା ପ୍ରକଳ୍ପ ସପକ୍ଷରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାର ଭକ୍ତ ମାନଙ୍କ ପାଇଁ ଶୌଚାଳୟ ସୁବିଧା କରୁଛନ୍ତି, ତେବେ ଏହାକୁ ବିରୋଧ କରିବା ଉଚିତ୍ ନୁହେଁ । ଏହା ସହ ପିଟିସନକୁ ରଦ୍ଧ କରିଦେଇଛନ୍ତି କୋର୍ଟ । ଏଭଳି ପିଟିସନ କେବଳ ପବ୍ଲିସିଟି(ଲୋକ ଦେଖାଣିଆ) ବୋଲି କହିଛନ୍ତି କୋର୍ଟ । ଏବଂ ଉଭୟ ପିଟିସନର କେବଳ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ କରିଛନ୍ତି ବୋଲି କହି ସେମାନଙ୍କ ଉପରେ ଜରିମନା ଲଗାଇଛନ୍ତି ।

ରାୟ ଶୁଣାଣିର ମାସେ ଭିତରେ ଉଭୟ ପିଟିସନରଙ୍କୁ ରାଜ୍ୟ ସରକାରଙ୍କ ନିକଟରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମନା ପୈଠ କରିବାକୁ କୁହାଯାଇଛି । ଏହି ଦୁଇ ପିଟିସନର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ।

ପରିକ୍ରମା ପ୍ରକଳ୍ପ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଯାଞ୍ଚ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ । ପିଟିସନର ସୁପ୍ରିମକୋର୍ଟରେ ଉଲ୍ଲେଖ କରିଥିଲେ ଯେ, ଯାଞ୍ଚ ଏବଂ ଆକଳନ ସରିବା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ଏବଂ ନିର୍ମାଣ ପାଇଁ ରାଜ୍ୟ ସରକାର ସଠିକ୍ ଢ଼ଙ୍ଗରେ ଅନୁମତି ପ୍ରାପ୍ତ ନୁହନ୍ତି ।

Leave A Reply

Your email address will not be published.