Latest Odisha News

BREAKING NEWS

ଉପନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭୟଭୀତ ।

ବାଲେଶ୍ୱର ସଦର ଆସନ ପାଇଁ ପୋଷ୍ଟାଲ ବ୍ୟାଲଟ ଜାଲିଆତି କରିବା ପାଇଁ ଅଂଟା ଭିଡିଛନ୍ତି । ତହସିଲଦାର , ରିଟଣ୍ଣିଂ ଅଫିସରଙ୍କଠାରୁ ଆରମ୍ଭ କରି ବୁଥ ସ୍ତରୀୟ ଅଧିକାରୀ ଏଥିରେ ସାମିଲ ଅଛନ୍ତି । ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ସେଠାରୁ ବଦଳି କରାଯାଉ ବୋଲି ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ଘର ତିର୍ତ୍ତୋଲ ହୋଇଥିବାରୁ ତାଙ୍କୁ ବଦଳି କରାଯାଇଛି । କିନ୍ତୁ ସେ ଏବେ ମଧ୍ୟ ତିର୍ତ୍ତୋଲ ଅଂଚଳରେ ଥିବା ଅଧିକାରୀ ଓ ତାଙ୍କ ଚିହ୍ନା ପରିଚିତ ଅଧିକାରୀଙ୍କୁ ଶାସନ କଳ ସପକ୍ଷରେ କାମ କରିବାକୁ ପ୍ରବର୍ତ୍ତାଉଛନ୍ତି ।

ଅନ୍ୟ ଦଳର କର୍ମୀଙ୍କୁ ହତୋତ୍ସାହିତ କରୁଛନ୍ତି । ଏହି ବଡ ସରକାରୀ ବାବୁଙ୍କୁ ଏମିତି କାର୍ଯ୍ୟରୁ ବାରଣ କରାଯିବା ସହ ଭବିଷ୍ୟତରେ କୌଣସି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ସମ୍ପୃକ୍ତ କରାନଯାଉ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ।

Leave A Reply

Your email address will not be published.