Latest Odisha News

BREAKING NEWS

୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଅତିରିକ୍ତ ସୁଧ ଛାଡ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ପ୍ରଦାନ କରାଯାଇଥିବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଲାଗୁ କରାଯାଉଥିବା ଅତିରିକ୍ତ ସୁଧକୁ ଛାଡ଼ କରାଯାଇଛି । ଶୁକ୍ରବାର ରାତିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଯେଉଁମାନେ ଏହି ଅତିରିକ୍ତ ସୁଧ ଦେଇଛନ୍ତି ସେମାନେ କ୍ୟାସବ୍ୟାକ ମାଧ୍ୟମରେ ତାହାକୁ ପାଇପାରିବେ ।

ଆରବିଆଇ ଦେଇଥିବା ସ୍ଥଗିତାଦେଶ ଅନୁଯାୟୀ ଯଥାଶୀଘ୍ର ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ଛାଡ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଋଣ ନେଇଥିବା ବ୍ୟକ୍ତିମାନେ ସମ୍ପୃକ୍ତ ଋଣ ଆକାଉଣ୍ଟରେ ଏହି ଯୋଜନାର ଲାଭ ପାଇପାରିବେ।

ଏହି ଲାଭ କେବଳ ୨୦୨୦ ମାର୍ଚ୍ଚ ୧ ରୁ ଅଗଷ୍ଟ ୩୧ ଅବଧି ପାଇଁ ଲାଗୁ କରାଯାଇଛି। ଏହି ସମୟରେ ଋଣ ଗ୍ରହଣ କରିଥିବା ଗ୍ରାହକମାନେ ଏହାର ଲାଭ ଉଠାଇ ପାରିବେ। ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ସ୍କିମ ଉପରେ ଲାଗୁ ସୁଧକୁ ଛାଡ଼ କରିବାକୁ ନିର୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଲକଡାଉନ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ କିସ୍ତି ଛାଡ଼ ସମୟ ବା ମୋରାଟୋରିୟମ ଘୋଷଣା କରାଯାଇଥିଲା । ଏହି ସମୟରେ ଋଣ କରିଥିବା ଲୋକମାନଙ୍କୁ ନିଜର ମାସିକ ଋଣ କିସ୍ତି ଦେବାକୁ ପଡୁନଥିଲା କିନ୍ତୁ ଏହି ମୋରାଟୋରିୟମ ସମୟରେ ଋଣ ସୁଧ ଉପରେ ବ୍ୟାଙ୍କମାନେ ଅତିରିକ୍ତ ସୁଧ ଆଦାୟ କରୁଥିଲେ ।

 

Leave A Reply

Your email address will not be published.