Latest Odisha News

ମନୁଷ୍ୟ ମସ୍ତିଷ୍କର ଆକାର ବୃଦ୍ଧି ପାଉଛି !

ନୂଆଦିଲ୍ଲୀ: ପାଖାପାଖି ୬୦ରୁ୭୦ ଦଶକ ମଧ୍ୟରେ ମନୁଷ୍ୟ ଶରୀରରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳୁଛି । ଏହା ଫଳରେ ଅନେକ ପ୍ରକାରର ନୂତନ ରୋଗ ଆମକୁ ଅସୁବିଧାରେ ପକାଉଛି । କମ ବୟସରେ ଡାଇବେଟିଜ ଓ ହାର୍ଟ ରୋଗରେ ଏହାର ଜ୍ୱଳନ୍ତ ଉଦାହରଣ । ନିକଟରେ ଜାମା ନ୍ୟୁରୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ ମନୁଷ୍ୟ ମସ୍ତିଷ୍କର ଆକାର ବୃଦ୍ଧି ପାଇବାରେ ଲାଗିଛି । ଭିନ୍ନ ଭିନ୍ନ ସମୟର ମନୁଷ୍ୟକୁ ମସ୍ତିଷ୍କର ବ୍ରେନ ଇମୋଜିଂ ଡାଟାକୁ ନେଇ ଏହି ତଥ୍ୟ ପ୍ରଦାନ କରାଯାଇଛି । ୧୯୩୦ ଦଶକରେ ଜନ୍ମ ମନୁଷ୍ୟ ତୁଳନାରେ ୭୦ ଦଶକରେ ଏହା ବଢ଼ିଥିଲା । ଏବେ ପୂନର୍ବାର ଏହା ବୃଦ୍ଧି ପାଇଛି ।

ଏହା ଦ୍ୱାରା ମନୁଷ୍ୟର ଲାଭ ହେବ କି କ୍ଷତି ତାହା ଗବେଷଣାରେ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ଗବେଷଣାରେ ସକାରାତ୍ମକ ଦିଗ ପ୍ରତି ଉଲ୍ଲେଖ କରାଯାଇଛି । ଡିମେଂଶିଆ ରୋଗରେ ଏହା ରୋଗୀଙ୍କୁ ବଂଚାଇବାରେ ସହାୟ ହେବ । ବୟସ ବଢ଼ିଲେ ମସ୍ତିଷ୍କ ସଂକୁଚିତ ହୋଇଥାଏ । ତେବେ ନୂତନ ଷ୍ଟଡିରେ ମସ୍ତିଷ୍କ ଆକାର ବଡ ଥିଲେ କୋଷିକାଗୁଡିକ କମ କ୍ଷତିଗ୍ରସ୍ତ ହେବ । ଯାହା ଫଳରେ ବୃଦ୍ଧାବସ୍ଥା ଜନିତ ରୋଗ କମ ପରିଲକ୍ଷିତ ହେବ । ଏହା ଏକ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ । ଏହାର ସତ୍ୟତା ନେଇ ଓଡିଶା ସମ୍ବାଦ ପକ୍ଷରୁ କୌଣସି ଦାବୀ କରାଯାଉ ନାହିଁ ।

Leave A Reply

Your email address will not be published.