Latest Odisha News

BREAKING NEWS

ସମ୍ବଲପୁର ହିଂସାର ତଦନ୍ତ ପାଇଁ ବିଜେପି ଅଧ୍ୟକ୍ଷ ନଡ୍ଡା ଗଠନ କଲେ ୪ ଜଣିଆ ଟିମ୍

ଭୁବନେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ହିଂସାର ତଦନ୍ତ କରିବ ବିଜେପିର ୪ ଜଣିଆ ଟିମ୍ । ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁର ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ।

୪ ଜଣିଆ କମିଟିରେ ରାଜ୍ୟସଭା ସାଂସଦ ବ୍ରିଜ୍ ଲାଲ୍, ସମୀର ଓରାନ୍, ଆଦିତ୍ୟ ସାହୁ ଓ ଲୋକସଭା ସାଂସଦ ଜ୍ୟୋତିର୍ମୟୀ ସିଂ ମହାତୋ ଅଛନ୍ତି । ଏହି କମିଟି ସମ୍ବଲପୁର ଗସ୍ତ କରି ଲୋକଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ । ଯାହାକୁ ନଡ୍ଡାଙ୍କୁ ପ୍ରଦାନ କରାଯିବ ।

ଏପ୍ରିଲ୍ ୨୨ରେ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ହିଂସାର ଏନ୍ଆଇଏ ତଦନ୍ତ ପାଇଁ ଚିଠି ଲେଖା ଯାଇଥିଲା । ହିଂସାକୁ ବିଜେପି ଦୃଢ଼ ନିନ୍ଦା କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଥିଲା । ଏଥିସହ ବିଜେପି କହିଥିଲା ସମ୍ବଲପୁରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ପଡ଼ିଛି ।

Leave A Reply

Your email address will not be published.