Latest Odisha News

BREAKING NEWS

ସାଂସଦ ରାଘବ ଚଡ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି..

ନୂଆଦିଲ୍ଲୀ: ନିକଟରେ ଆମ ଆଦମୀ ପାର୍ଟି (ଆପ୍) ଛାଡି ବିଜେପିରେ ସାମିଲ ହୋଇଥିବା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ରାଜ୍ୟ ସଭା ପିଟିସନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ରାଜ୍ୟ ସଭାର ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ, ଏହି ପ୍ୟାନେଲର ପୁନର୍ଗଠନ ପରେ ଗୃହର ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି, ଯାହା ମେ ୨୦ରୁ କାର୍ଯ୍ୟକାରୀ ହେବ । ଏନେଇ ରାଜ୍ୟ ସଭା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହା ଯାଇଛି ।

ରାଘବ ଚଡ୍ଡାଙ୍କ ସମେତ ଏହି ପ୍ୟାନେଲରେ ଶମ୍ଭୁ ଶରଣ ପଟେଲ, ହର୍ଷ ମହାଜନ, ଗୁଲାମ ଅଲି, ମସ୍ତାନ ରାଓ, ମୟଙ୍କକୁମାର ନାୟର, ଜେବି ମାଥେର ହିଶାମ, ଶୁଭାଶିଷ ଖୁଣ୍ଟିଆ, ରଙ୍ଗବ୍ରା ନାରଜାରୀ ଓ ସନ୍ଦୋଶ କୁମାର ପି ସାମିଲ ଅଛନ୍ତି ।

ଏକ ଅଧିସୂଚନାରେ ରାଜ୍ୟସଭା ସଚିବାଳୟ କହିଛି, ରାଜ୍ୟସଭା ଅଧ୍ୟକ୍ଷ ମେ ରେ ଗୃହର ସଦସ୍ୟ ଡା.ମେନକା ଗୁରୁସ୍ୱାମୀଙ୍କୁ କର୍ପୋରେଟ୍ ଆଇନ (ସଂଶୋଧନ) ବିଧେୟକ ୨୦୨୬ ପାଇଁ ସଂଯୁକ୍ତ ସମିତିର ସଦସ୍ୟ ରୂପେ ସାମିଲ ନାମିତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଘବ ଚଡ୍ଡା ପୂର୍ବରୁ ଆପ୍ ର ଜଣେ ପ୍ରମୁଖ ନେତା ଥିଲେ । ହେଲେ ମାସେ ପୂର୍ବରୁ ସେ ଦଳ ଛାଡି ବିଜେପିରେ ଯୋଗଦେଇଥିଲେ । ତାଙ୍କ ସହ ଅନ୍ୟ ୬ ଜଣ ରାଜ୍ୟ ସଭା ସାଂସଦ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । ଏପ୍ରିଲ ୨୭ ତାରିଖରେ ରାଘବଙ୍କ ସହ ଅନ୍ୟ ୬ ଜଣ ବିଧିବଧ ଭାବରେ ବିଜେପିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.