Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ବିଜେପିର ଦଲାଲ ଅଛନ୍ତି, ରାଜ୍ୟପାଳଙ୍କୁ ଟାର୍ଗେଟ କରି ଏମିତି କହିଲେ ମମତା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟ ପାଳଙ୍କୁ ଟାର୍ଗଟ କରି ମମତା ଆଜି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ରାଜ୍ୟରେ ବିଜେପି ଏଜେଣ୍ଟ ରଖିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଭାରତୀୟ ପାର୍ଟି ତରଫରୁ ଦଲାଲ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ ।

ଯାହାକି ରାଜ୍ୟ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ମମତା କହିଛନ୍ତି । ଏହି ଦଲାଲ ପେଗାସସ୍ ଠାରୁ ବି ଅଧିକ ଭୟଙ୍କର ବୋଲି ମମତା କହିଛନ୍ତି । ଭାରତୀୟ ଜନତା ପାର୍ଟି ଚାରିଆଡେ ଗୁପ୍ତଚର ରଖୁଛି ବୋଲି ମମତା କହିଛନ୍ତି ।ସୋମବାର ମମତା ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଛନ୍ତି ।ଏନେଇ ଗଣମାଧ୍ୟମରେ ସୂଚାନ ଦେଇଛନ୍ତି ମମତା । ରାଜ୍ୟ ପାଳଙ୍କ ମନଇଚ୍ଛା କାମ କରୁଛନ୍ତି ସମସ୍ତଙ୍କୁ ଧମକ ଦେବା ସହ ଫୋନ ଟ୍ୟାପ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା ।

ମମତା ବାନାର୍ଜୀ ରାଜ୍ୟପାଳଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ କରିବା ପରେ ଟିମସି ମୁଖପାତ୍ର ବା ଜାଗୋ ବଙ୍ଗଳା ସଙ୍ଗଠନ ମଧ୍ୟ ବିଜେପିକୁ ଟଗେଟ କରି କହିଛନ୍ତି । ମମତାଙ୍କୁ ହଇରାଣ କରିବା ପାଇଁ ବିଜେପି ଏପରି ସବୁ ହିନ କାମ ଜାରି ରଖୁଛି ।

Comments are closed, but trackbacks and pingbacks are open.