Latest Odisha News

BREAKING NEWS

ସମ୍ମାନଜନକ ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଶର୍ଟଲିଷ୍ଟରେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ସମ୍ମାନଜନକ ଲୌରେସ ୱାର୍ଲ୍ଡ ସ୍ପୋର୍ଟ୍ସ ପୁରସ୍କାର ଶର୍ଟଲିଷ୍ଟରେ ସ୍ଥାନ ପାଇଛନ୍ତି । ନୀରଜଙ୍କୁ ଲୌରେସ ୱାର୍ଲ୍ଡ ବ୍ରେକ ଥ୍ରୁ ଅଫ ଦି ଇୟର ଆୱାର୍ଡ ପାଇଁ ଶର୍ଟଲିଷ୍ଟ କରାଯାଇଛି । ଅଲଗା ଅଲଗା ବିଭାଗରେ ପୋଲାଣ୍ଡ ଫୁଟବଲ ଖେଳାଳି ରବର୍ଟ ଲେବାନଡିସ୍କି, ଆର୍ଜେଂଟିନାର ଲିଓନେଲ ମେସି, ସର୍ବିୟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ, ଅଷ୍ଟ୍ରେଲିଆର ଆଶଲେ ବାର୍ଟି ଏବଂ ମେସିଙ୍କ ଜାତୀୟ ଦଳ ଆର୍ଜେଂଟିନାକୁ ଏହି ତାଲିକାରେ ସାମିଲ କରାଯାଇଛି । ବିଶ୍ୱ କ୍ରୀଡାର ଏହି ସମ୍ମାନଜନକ ପୁରସ୍କାର ଅନଲାଇନ ଭୋଟିଂ ଏବଂ ଜୁରୀଙ୍କ ଦ୍ୱାରା ଚୟନ କରାଯାଇଥାଏ ।

ଟୋକିଓ ଅଲିମ୍ପିକ୍ସରେ ଭାରତର ନୀରଜ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୯ରେ ପହଲିୱାନ ଭିନେଶ ଫୋଗଟ ଓ କ୍ରିକେଟର ସଚିନ ତେନ୍ଦୁଲକର ଶର୍ଟଲିଷ୍ଟରେ ସ୍ଥାନ ପାଇଥିଲେ । ୨୦୦୦ରୁ୨୦୨୦ ସ୍ପୋର୍ଟିଂ ମୋମେଂଟ ପାଇଁ ସଚିନଙ୍କୁ ପୁରସ୍କାର ମିଳିଥିଲା ।

Comments are closed, but trackbacks and pingbacks are open.