Latest Odisha News

ବିଜେପି ରାଜ୍ୟ ଅଧ୍ୟକ୍ଷ ବଦଳିରେ କ୍ଷୁବ୍ଧ ହେଲେ ସମର୍ଥକ: କୀଟନାଶକ ପିଇଦେଲେ ଜିଲ୍ଲା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି ସଂଗଠନ ସଜାଡୁଛି । ଏଥିପାଇଁ ୪ଟି ରାଜ୍ୟରେ ନୂଆ ଅଧ୍ୟକ୍ଷ ନିଯୁ୍କ୍ତି କରିଛି । ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନା ରାଜ୍ୟ ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ପାଇଛନ୍ତି କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡି । ସଞ୍ଜୟ ବନ୍ଦୀଙ୍କୁ ପଦରୁ ହଟାଇ ତାଙ୍କ ସ୍ଥାନରେ କିଶନ ରେଡ୍ଡିଙ୍କୁ ନେଇଛି ଦଳ । ହେଲେ ସଞ୍ଜୟଙ୍କ ରାଜ୍ୟ ଅଧ୍ୟକ୍ଷ ପଦରୁ ହଟାଇବା ନେଇ ତାଙ୍କ  ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଏପରିକି ଅନେକ ସମର୍ଥକ ହତାଶ ହୋଇପଡିଛନ୍ତି । ଏପରି ନିଷ୍ପତ୍ତିକୁ ବିରୋଧ କରି ଖମ୍ମମ ଜିଲ୍ଲାର ଜଣେ ଗ୍ରାମୀଣ ଉପାଧ୍ୟକ୍ଷ ଗଜ୍ଜଲା ଶ୍ରୀନିବାସ କଟନାଶକ ପିଇ ଦେଇଛନ୍ତି ।

କୀଟନାଶକ ପିଇବା ପରେ ଶ୍ରୀନିବାସଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଜାଣିବା ପରେ ବିଜେପି ଜିଲ୍ଲା ଅଧ୍ୟକ୍ଷ ଗଲ୍ଲା ସତ୍ୟନାରାୟଣ ଶ୍ରୀନିବାସଙ୍କୁ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି ।

ଏଠାରେ କହିରଖିବୁ, ବିଜେପି ବିଭିନ୍ନ ରାଜ୍ୟରେ ସାଂଗଠାନିକ ପରିବର୍ତ୍ତନ ଆଣିଛି ।ଗତକାଲି ୪ ରାଜ୍ୟର ରାଜ୍ୟ ଅଧ୍ୟକ୍ଷ ପରିବର୍ତ୍ତନ କରିଛି।   ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।

ବାବୁଲାଲ୍ ମରାଣ୍ଡି ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହୋଇଥିବା ବେଳେ ସୁନୀଲ ଝାଖଡ଼ଙ୍କୁ ପଞ୍ଜାବ, ଜି. କିଷାନ ରେଡ୍ଡୀଙ୍କୁ ତେଲଙ୍ଗାନା ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି କରାଯାଇଛି । ସେହିଭଳି ରାଜେନ୍ଦ୍ର ଏଟିଲାଙ୍କୁ ନିର୍ବାଚନ ପ୍ରଚାର ସମିତି ଅଧ୍ୟକ୍ଷ କରାଯାଇଛି ।

Leave A Reply

Your email address will not be published.