Latest Odisha News

BREAKING NEWS

ଏମ୍ସରେ ଭର୍ତ୍ତି ହେଲେ ବିଜେପି ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ବିଜେପି ନେତା ଜୟନାରାୟଣ ମିଶ୍ର ଚିକିତ୍ସା ନିମେନ୍ତେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ମିଶ୍ର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା ।

ବିଜେପି ନେତା ଜୟନାରାୟଣ ମିଶ୍ର ବନବୀରା ଫାୟାରିଂ ଘଟଣାରେ ଅଭିଯୁକ୍ତ ହୋଇ ଜୁଲାଇ ୧୯ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲା ଉପ-କାରାଗାରରୁ ମୁକ୍ତ ହୋଇଥିଲେ । ତେବେ ଜୁଲାଇ ୧୭ ତାରିଖରେ ତାଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।
ପୂର୍ବରୁ ମେ ୧୫ ତାରିଖରେ, ବିଜେପି ନେତା ଶ୍ରୀ ମିଶ୍ର ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିବାରୁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଅତାଲତ । ସେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ତେବେ ସେହି ସମୟରେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସକୁ ପଠାଯାଇଥିଲା, ଏବଂ ସେ ଏପ୍ରିଲ ୨୪ ତାରିଖ ଯାଏଁ ସେଠାରେ ରହି ଚିକିତ୍ସିତ ହେଉଥିଲେ ।

ଗତ ମାର୍ଚ୍ଚ ମାସ ୧୫ ତାରିଖରେ ପଦ୍ମପୁର ପୋଲିସ ତାଙ୍କୁ ଗିରଫ କରିବା ପରେ ସେ ଛାତିରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ପରେ ସେଠାରୁ ସେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରୀତ ହୋଇଥିଲେ ।

ବରଗଡ଼ ଜିଲ୍ଲା ସୋହେଲା ବ୍ଲକର ବନବୀର ଗ୍ରାମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ଏକ ଗୁଳିକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଘଟଣା ବିଜେପୁର ଉପ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଘଟିଥିଲା ।

Leave A Reply

Your email address will not be published.