Latest Odisha News

BREAKING NEWS

ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା

ଫିରୋଜାବାଦ: ଶନିବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି ।

ବାଇକ ଚାଳକଙ୍କ ଦ୍ୱାରା ଚଳାଯାଇଥିବା ଗୁଳିରେ ନେତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି।

ଶୁକ୍ରବାର ସନ୍ଧ୍ୟାରେ ନାଗଲା ବିଚ ଅଞ୍ଚଳରେ ୪୬ ବର୍ଷୀୟ ଡି.କେ ଗୁପ୍ତା ତାଙ୍କ ଦୋକାନ ବନ୍ଦ କରିବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗୁପ୍ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ପଚରାଉଚରା ପାଇଁ ତିନି ଜଣଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିରେଶ ତୋମାର ଅଛନ୍ତି, ଯାହାଙ୍କ ସହ ଗୁପ୍ତାଙ୍କର କିଛି ଦିନ ତଳେ ଶତ୍ରୁତା ହୋଇଥିଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଫେସବୁକରେ ଶବ୍ଦ ବିନିମୟ ହୋଇଥିବା ଜଣାପଡିଛି ।

ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ସଚ୍ଚିନ୍ଦ୍ର ପଟେଲ କହିଛନ୍ତି ଯେ ସମସ୍ତ କୋଣ ଅନୁଧ୍ୟାନ କରାଯାଉଛି। ଗତକାଲି ରାତିରେ ପୋଲିସ ଟିମ୍ ଗଠନ କରାଯାଇଥିଲା ଏବଂ ବିରେଶ ତୋମାର ଏବଂ ଅନ୍ୟ ଦୁଇଜଣଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା।

ଗୁପ୍ତା ହତ୍ୟା ପରେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ।

ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।  ନଭେମ୍ବର ୩ରେ ତୁଣ୍ଡଲା ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ

ଅନୁଷ୍ଠିତ ହେବାକୁଥିବା ଉପ-ନିର୍ବାଚନକୁ ନଜରରେ ରଖି ବହୁ ସଂଖ୍ୟକ ପୋଲିସ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.