Latest Odisha News

BREAKING NEWS

ଓଡ଼ିଶାରେ ଲୋକସଭା ଆସନ ପାଇଁ ଦୁଇ ସାଂସଦଙ୍କ ଟିକେଟ୍ କାଟିଛି ବିଜେପି, ତିନି ଜଣଙ୍କୁ ରିପିଟ୍?

ଭୁବନେଶ୍ୱର: ଦିଲ୍ଲୀରୁ ଆଜି ଆସିବ ଓଡ଼ିଶା ବିଜେପି ନେତାଙ୍କ ପ୍ରାର୍ଥୀ ତାଲିକା। ପ୍ରାର୍ଥୀ ତାଲିକା ଉପରେ ମୋହର ମାରି ସାରିଛି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି। ଗତକାଲି ବିଳମ୍ବିତ ରାତି ଯାଏ ଆଲୋଚନା ହୋଇଥିଲା । କେଉଁଠି କାହାର ବିଜୟ ସମ୍ଭାବନା ଅଧିକ। କାହାକୁ ରିପିଟ ଓ କେଉଁଠି ଦିଆଯିବ ନୂଆ ଚେହେରା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା ହୋଇଛି ।

କିଛି ଆସନରେ ହେଭିୱେଟ ନେତାଙ୍କ ନାଁ ଫାଇନାଲ୍ କରିଛି ଦଳ । ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ପୁରୀରୁ ସମ୍ବିତ ପାତ୍ର ପ୍ରାର୍ଥୀ ହେବା ଚୂଡ଼ାନ୍ତ ହୋଇଛି । ଭୁବନେଶ୍ୱରରୁ ଆଉ ଥରେ ଅପରାଜିତା ଷଡ଼ଙ୍ଗୀ । ତାଙ୍କୁ ପୁଣି ଟିକେଟ ମିଳିବା ସ୍ପଷ୍ଟ । ସେହିପରି ସୁନ୍ଦଗଡ଼ରୁ ଜୁଏଲ୍ ଓରାମ ଓ ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓଙ୍କ ନାଁରେ କେନ୍ଦ୍ରୀୟ ହାଇକମାଣ୍ଡ ମୋହର ମାରିଥିବା ସୂଚନା ମିଳିଛି । ଅପରାଜିତା, ଜୁଏଲ୍ ଓ ସଙ୍ଗୀତାଙ୍କୁ ରିପିଟ୍ କରିବା ସମ୍ଭାବନା ଯଥେଷ୍ଟ ଅଧିକ । କଥା ଉଠୁଛି, ସମ୍ବଲପୁରରୁ ଧର୍ମେନ୍ଦ୍ର ଠିଆ ହେଲେ ସାଂସଦ ନୀତେଶ ଗଙ୍ଗଦେବଙ୍କ ଟିକେଟ କଟିବ। ତାଙ୍କୁ ଦଳ କେଉଁଠୁ ଓ କି ଟିକେଟ ଦେବ ତାକୁ ଅପେକ୍ଷା ରହିବ।

କିଛି ଲୋକସଭା ଆସନରେ ଏକାଧିକ ଆଶାୟୀ ଅଛନ୍ତି। ସେସବୁ ସ୍ଥାନରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ଉପରେ ଚାଲିଛି ବିଚାରବିମର୍ଶ। ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ସାଂସଦ ଥିବା ବେଳେ ଐର ଖାରବେଳ ସ୍ୱାଇଁ ଲଢ଼ିବା ପାଇଁ ଇଚ୍ଛା ଦେଖାଇଛନ୍ତି । ଏମାନଙ୍କ ଭିତରୁ ଜଣଙ୍କୁ ଟିକେଟ ମିଳିପାରେ। ଖାରବେଳ ଗତଥର କନ୍ଧମାଳରୁ ଲଢ଼ିଥିଲେ। ଏଥର ବାଲେଶ୍ୱର ଟିକେଟ ନେଲେ ପ୍ରତାପ ଷଡ଼ଙ୍ଗୀ କେଉଁଠୁ ପ୍ରାର୍ଥୀ ହେବେ ? ସେ ବିଧାନସଭା ଲଢ଼ିବେ କି ?

ବ୍ରହ୍ମପୁର ରେସରେ ଆଗରେ ଅଛନ୍ତି ଗତଥରର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ନିକଟରେ ପ୍ରଦୀପ ପଦ୍ମ ଧରିଛନ୍ତି । ତାଙ୍କ ସମ୍ଭାବନା ଟିକେ ଅଧିକ ରହୁଛି । କିନ୍ତୁ ଭୃଗୁ ଗଥତର ୩ଲକ୍ଷ ୪୮ ହଜାରରୁ ଅଧିକ ଭୋଟ ପାଇଥିଲେ । ପ୍ରଦୀପଙ୍କୁ ଦଳ ଟିକେଟ ଦେଲେ ଭୃଗୁ କେଉଁଠୁ ଲଢ଼ିବେ ? କଳାହାଣ୍ଡିରରେ ବି ସମାନ ସ୍ଥିତି । ଦୁଇ ଜଣଙ୍କ ନାଁ ଉପରେ ଚର୍ଚ୍ଚା ହେଉଛି । ସାଂସଦ ବସନ୍ତ ପଣ୍ଡା ଓ ପୂର୍ବତନ ସାଂସଦ ଅର୍କକେଶରୀ ଦେବ। ୨୦୧୯ରେ ଜିତିଥିଲେ ବସନ୍ତ ପଣ୍ଡା। ଅର୍କକେଶରୀ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଆସିଛନ୍ତି । ଚର୍ଚ୍ଚା ହେଉଛି ବସନ୍ତ ପଣ୍ଡା ବିଧାନସଭା ଲଢ଼ିବାକୁ ଆଗ୍ରହୀ । ଏମିତି ହେଲେ ଅର୍କକେଶରୀଙ୍କୁ ମିଳିପାରେ କଳାହାଣ୍ଡି ଟିକେଟ ।

ବରଗଡ଼ ସିଟରୁ କିଏ ? ପୁଣି ଥରେ ସୁରେଶ ପୂଜାରୀ ନାଁ ନୂଆ ଚେହେରା । ବରଗଡ ପାଇଁ ସୁରେଶ ପୂଜାରୀଙ୍କ ସହ ଡି. ମୂଲରୀ କ୍ରିଷ୍ଣାଙ୍କ ନାଁ ଚର୍ଚ୍ଚା ହେଉଛି । ଡି. ମୂରଲୀକ୍ରିଷ୍ଣା ହେଲେ ସୁରେଶ ପୂଜାରୀ କଣ କେଉଁଠୁ ବିଧାନସଭା ନିର୍ବାଚନ ଲଢ଼ିବେ କି ? କାହା ନାଁରେ କେନ୍ଦ୍ରୀୟ ଟିମ୍ ମୋହର ମାରିବେ ତାକୁ ଅପେକ୍ଷା । ମୟୂରଭଞ୍ଜରେ କଟିପାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଟିକେଟ୍ । ତାଙ୍କ ସ୍ଥାନରେ ନୂଆ ଚେହେରା ଆଣିପାରେ ବିଜେପି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ । ଅନ୍ୟପଟେ କଟକ ପାଇଁ ଚର୍ଚ୍ଚାରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଭଦ୍ରକରୁ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଅଛନ୍ତି । ଚର୍ଚ୍ଚା ହେଉଛି କିଛି ସ୍ଥାନରେ ସାଂସଦଙ୍କୁ ବିଧାନସଭା ଓ ବିଧାୟକଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ କହିପାରେ ବିଜେପି । ଏମିତି ଷ୍ଟ୍ରାଟେଜୀ କରି ୩ ହିନ୍ଦୀ ହାର୍ଟଲାଣ୍ଡ ରାଜ୍ୟରେ ଦଳ ସଫଳତା ପାଇଥିଲା ।

କାହାକୁ କେଉଁଠୁ ଟିକେଟ୍ !
ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର
ସମ୍ବିତ ପାତ୍ର, ପୁରୀ
ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର
ଜୁଏଲ୍ ଓରାମ, ସୁନ୍ଦରଗଡ଼
ସଙ୍ଗୀତା ସିଂହଦେଓ, ବଲାଙ୍ଗିର

କିଏ ହେବେ ରିପିଟ୍ ?
ଅପରାଜିତା ଷଡ଼ଙ୍ଗୀ
ଜୁଏଲ୍ ଓରାମ୍
ସଙ୍ଗୀତା ସିଂହଦେଓ

ବାଲେଶ୍ୱର ଲୋକସଭା ରେସ 
ପ୍ରତାପ ଷଡ଼ଙ୍ଗୀ
ଐର ଖାରବେଳ ସ୍ୱାଇଁ

ବାଲେଶ୍ୱର ଲୋକସଭା ରେସ
ଖାରବେଳ ଲଢ଼ିଲେ ପ୍ରତାପ ଷଡ଼ଙ୍ଗୀ କେଉଁଠୁ ପ୍ରାର୍ଥୀ ?
ବିଧାନସଭା ନିର୍ବାଚନ ଲଢ଼ିବେ କି ପ୍ରତାପ ଷଡ଼ଙ୍ଗୀ ?

ବ୍ରହ୍ମପୁର ଲୋକସଭା ରେସ
ଭୃଗୁ ବକ୍ସିପାତ୍ର
ପ୍ରଦୀପ ପାଣିଗ୍ରାହୀ
ପ୍ରଦୀପଙ୍କୁ ଟିକେଟ ଦେଲେ ଭୃଗୁ କେଉଁଠୁ ଲଢ଼ିବେ ?

କଳାହାଣ୍ଡି ଲୋକସଭା ରେସ
ବସନ୍ତ ପଣ୍ଡା
ଅର୍କକେଶରୀ ଦେବ

ବରଗଡ଼ ସିଟରୁ କିଏ ?
ସୁରେଶ ପୂଜାରୀ
ଡି. ମୂରଲୀ କ୍ରିଷ୍ଣା

Leave A Reply

Your email address will not be published.